ଭାରତୀୟ ଦଳର ଯୁବ ବ୍ୟାଟର ବୈଭବ ସୂର୍ୟ୍ୟବଂଶୀଙ୍କ ଶତକ । U-୧୯ ଏସିଆ କପ୍ର ଓପନିଂ ମ୍ୟାଚ୍ରେ, ସେଞ୍ଚୁରୀ ମାରିଛନ୍ତି ବୈଭବ ସୂର୍ୟ୍ୟବଂଶୀ । ତାହା ପୁଣି ୫୬ ବଲ୍ରେ ୯ ଛକା ଏବଂ ୫ ଚଉକା ସହାୟତାରେ ଶହେ ରନ୍ କରିଛନ୍ତି ବୈଭବ । ୟୁଏଇ ବିପକ୍ଷରେ ଭାରତ ଆଇସିସି ଏକାଡେମୀ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଖେଳୁଛି । ଟସ୍ ଜିତି ୟୁଏଇ ବୋଲିଂ କରୁଥିବା ବେଳେ ଭାରତର ଅଧିନାୟକ ଆୟୁଷ ମାତ୍ର ୪ ରନ୍ରେ ଆଉଟ୍ ହୋଇଥିଲେ । କିନ୍ତୁ ବୈଭବ ସୂର୍ୟ୍ୟବଂଶୀ ତାଙ୍କ ପୁରୁଣା ଶୈଳୀରେ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି ।