ମିଳିଲା ରା଼ଖେଲଗୁଡା ଗାଁର ଲାକେ ପଡ଼ିଆମୀଙ୍କ କଟାମୁଣ୍ଡ । ମୁଣ୍ଡ ବିହୀନ ଶବ ମିଳିବା ପରେ ମାଲକାନଗିରି ଏମଭି – ୨୬ ଏବଂ ରାଖେଲଗୁଡା ଗାଁ ମଧ୍ୟରେ ଜୋରଦାର ଉତ୍ତେଜନା ସହ ପୋଡାଜଳା ଲାଗି ରହିଥିଲା । ତେବେ ଗତକାଲି ପୋଟେରୁ ନଦୀର ନାମକୋଣ୍ଡା ଡଙ୍ଗା ଘାଟରୁ ମିଳିବା ପରେ ଉତ୍ତେଜନା ସାମାନ୍ୟ ଥମିଛି । କିନ୍ତୁ ଆଜି ଦିନ ୧୨ଟା ଯାଏ ଜାରି ରହିବ ଇଣ୍ଟରନେଟ କଟକଣା । କଟାମୁଣ୍ଡ ମିଳିବା ପରେ ମାଲକାନାଗିରି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏମ.ଭି/୨୬ ଓ ରାଖାଲଗୁଡ଼ା ଗାଁ ମୁଖିଆଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଳାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ । ଉଭୟ ପକ୍ଷ ମଧ୍ୟରେ ଆପୋସ ଆଲୋଚନା ମଧ୍ୟରେ ଉଭୟ ଗାଁର ୧୦ ଜଣ ଲେଖାଏଁଙ୍କୁ ନେଇ କୋର କମିଟି ଗଠନ କରାଯାଇ ଶାନ୍ତି ଫେରାଇ ଅଣାଯିବ ବୋଲି ସହମତି ପ୍ରକାଶ ପାଇଛି । ପୂର୍ବ ଭଳି ଭାଇଚାରା ବଜାୟ ରହିବ । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।