ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର, ବାହାଘର ସିଜିନରେ ଶସ୍ତା ହୋଇଗଲା ସୁନା

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର। ବାହାଘର ସିଜିନରେ ଶସ୍ତା ହୋଇଗଲା ସୁନା । ଏବେ ଶୀଘ୍ର ଶୀଘ୍ର ଦୋକାନକୁ ଯାଆନ୍ତୁ ଆଉ ଭରି ଭରି ସୁନା ନିଜ ପ୍ରିୟ ଲୋକଙ୍କ ପାଇଁ କିଣି ଆଣନ୍ତୁ । କାରଣ ଭାରତରେ ସୁନା ମୂଲ୍ୟ ଡିସେମ୍ବର ୬ ତାରିଖରେ ହ୍ରାସ ପାଇଛି । ୧୦୦ ଗ୍ରାମ ସୁନାର ମୂଲ୍ୟ ୫୪୦୦ ଟଙ୍କା କମିଛି, ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୫୪୦ ଟଙ୍କା ହ୍ରାସ ପାଇଛି । ସେହିପରି ୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ମଧ୍ୟ କମିଛି । ଅନ୍ୟପକ୍ଷରେ, ରୂପା ଏହାର ରେକର୍ଡ ସର୍ବାଧିକ ନିକଟରେ ରହିଛି ।

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୦,୧୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୯,୩୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୦,୧୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୧୯,୩୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୩୦,୧୫୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୧୯,୩୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୩୦,୩୦୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୧୯,୪୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୩୧,୩୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୨୦,୪୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୩୦,୧୫୦ ଓ ୧,୧୯,୩୦୦ ଟଙ୍କା ରହିଛି ।

ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୯୦,୦୦୦ ଟଙ୍କା ହୋଇଛି । ସୁନା ପରି ନୁହେଁ, ଶନିବାର ଭାରତରେ ରୂପା ମୂଲ୍ୟ ବୃଦ୍ଧି ପାଇଛି। ୧ କିଲୋଗ୍ରାମ ରୂପା ୩,୦୦୦ ଟଙ୍କା ବୃଦ୍ଧି ପାଇ ୧,୯୦,୦୦୦ ଟଙ୍କା ହୋଇଛି। ଏହା ବ୍ୟତୀତ, ୧୦୦ ଗ୍ରାମ ଏବଂ ୧୦ ଗ୍ରାମ ରୂପାର ମୂଲ୍ୟ ଯଥାକ୍ରମେ ୧୯,୦୦୦ ଏବଂ ୧,୯୦୦ ଥିଲା । ସବୁଠାରୁ ଶସ୍ତା ରୂପା ପ୍ରତି ଗ୍ରାମ ୧୯୦ ଟଙ୍କା ରହିଛି। ଏହି ସପ୍ତାହରେ ରୂପା ସୁନାକୁ ପଛରେ ପକାଇ ଦେଇଛି, ୧% ରୁ ଅଧିକ ବୃଦ୍ଧି ପାଇଛି, ଯେତେବେଳେ ସୁନା ୦.୪୧% ହ୍ରାସ ପାଇଛି।