ଆଇସକ୍ରିମ ଦେଇ ୩ ଶିଶୁଙ୍କ ସହ ପାଶବିକ ଅତ୍ୟାଚାର

ମାଲକାନଗିରିଜିଲ୍ଲା ଏମ୍‌ଭି-୭୯ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଆଇସକ୍ରିମ ଦେଇ ୩ ଶିଶୁଙ୍କୁ ଘରେ ଦୁଷ୍କର୍ମ ପରେ ଜଙ୍ଗଲରେ ଲୁଚି ରହିଥିବା ଅଭିଯୁକ୍ତ ନରେନ ରାୟ କୁ ପୋଲିସ ଅଟକ ରଖିଛି । ଏହି ଘଟଣା ପରେ ପୀଡ଼ିତାଙ୍କ ପରିବାର ଓ ଗ୍ରାମବାସୀ ଅଭିଯୁକ୍ତକୁ ଫାଶୀଦଣ୍ଡ ଦେବାକୁ ଦାବି କରିଛନ୍ତି । ରବିବାର ଅପରାହ୍ନରେ ବାହାରେ ଖେଳୁଥିବା ୩ ଶିଶୁଙ୍କୁ ଆଇସକ୍ରିମ ଓ ଚିପ୍‌ସ ଦେଇ ନିଜ ଘରକୁ ଡାକିଥିଲା ଅଭିଯୁକ୍ତ ନରେନ । ଘରେ କେହି ନଥିବା ବେଳେ ଝାଡ଼ୁ କରିବାକୁ ପ୍ରଥମେ ଶିଶୁଙ୍କୁ କହିଥିଲା । ଶିଶୁମାନେ ଘର ଭିତରକୁ ଯିବାପରେ ଭିତର ପଟୁ କବାଟ ବନ୍ଦ କରିଦେଇ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୩ ଶିଶୁଙ୍କ ସହ ପାଶବିକ ଅତ୍ୟାଚାର କରିଥିଲା । ତେବେ ଅଭିଯୁକ୍ତ ର ଡାକ୍ତରୀ ପରୀକ୍ଷା କରାଯାଇ ପୋକ୍ସ ଧାରା ୧୭୭/୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।