ନୟାଗଡ଼:- ଡକାୟତି ଉଦ୍ୟମ ବିଫଳ ହେବାରୁ କଲେ ବୋମାମାଡ଼ । ନୟାଗଡ଼ ଟାଉନ ଥାନା ସୁଳିଆ ଗାଁରେ ଏଭଳି ଘଟଣା ଘଟିଥିବା ବେଳେ ଏହି ଘଟଣା ନୟାଗଡ଼ରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଘଟଣାରେ ୩ ଗ୍ରାମବାସୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଏହି ଘଟଣାରେ ଜଣଙ୍କୁ କାବୁ କରିଛନ୍ତି ଗ୍ରାମବାସୀ ।
ସୂଚନା ଅନୁଯାୟୀ, ଗାଁରେ ରାସ୍ତା କାମ ଚାଲୁଥିବାରୁ ୨ ଜଣ ଯୁବକ ସିମେଣ୍ଟ ଜଗିଥିଲେ । ଗତକାଲି ରାତିରେ ୪ ଜଣ ଦୁର୍ବୁତ୍ତ ଦୁଇଟି ବାଇକରେ ଆସି ଡକାୟତି ଉଦ୍ୟମ କରିଥିଲେ । ଲୁଟ୍ ଉଦ୍ଦେଶ୍ୟରେ ଭାଟସାହି ଗାଁ ଭିତରକୁ ପଶିଥିଲେ । ଗାଁ ଲୋକଙ୍କର ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇଥିଲେ । ପରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା । ପରେ ଦୁର୍ବୁତ୍ତମାନେ ଖସିଯିବାକୁ ଉଦ୍ୟମ କରିବାକୁ ବୋମାମାଡ କରିଥିଲେ । ଏଥିରେ ୩ ଗ୍ରାମବାସୀ ଆହତ ହୋଇଥିଲେ । ତେବେ ଗ୍ରାମବାସୀମାନେ ଜଣେ ଦୁର୍ବୃତ୍ତକୁ କାବୁ କରି ପୋଲିସରେ ଜିମା ଦେଇଥିବାବେଳେ ଅନ୍ୟ ୩ ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । କାବୁ ହୋଇଥିବା ବ୍ୟକ୍ତି ଜଣକ ହେଲେ କଇଥଗାଡିଆ ଗାଁର ଅକୃର ପ୍ରଧାନ ବୋଲି ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।