ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେକୁ ନେଇ ବିଦେଶ ମାଟିରୁ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । “ଏହି ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କୁ ଛଡ଼ାଯିବନାହିଁ । ଆମର ଏଜେନ୍ସିଗୁ଼ଡିକ ଷଡଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବେ ।”

Delhi Red Fort blast: All responsible will be brought to justice, says PM  Modi - The Hindu

ଦୁଇ ଦିନିଆ ଭୁଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଏପରି କଡ଼ା ସନ୍ଦେଶ ଦେଇ କହିଛନ୍ତି, ” ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟଣା ଦେଶବାସୀଙ୍କୁ ଦୁଃଖିତ କରିଛି । ପୀଡିତଙ୍କ ପରିବାରର ଦୁଃଖ ମୁଁ ବୁଝିପାରୁଛି । ଆଜି ପୂରା ଦେଶ ସେମାନଙ୍କ ସହ ଛିଡା ହୋଇଛି । ଏହି ଘଟଣାରେ ତଦନ୍ତ କରୁଥିବା ସମସ୍ତ ଏଜେନ୍ସି ସହ ଗତକାଲି ରାତିରେ ମୁଁ ଯୋଗାଯୋଗରେ ଥିଲି । ଆମର ଏଜେନ୍ସିଗୁ଼ଡ଼ିକ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବେ । ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଛଡାଯିବନାହିଁ ।”

Car Blast Near New Delhi's Historic Red Fort Kills at Least 8 People,  India's Police Say