ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା

ଝାରସୁଗୁଡା : ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଷ୍ଟାର୍ ଏୟାରର ବିମାନ ଏସ୍ -୫୨୨୯ ଭୁବନେଶ୍ବର ଅଭିମୁଖେ ଉଡ଼ାଣ ବେଳେ ଇଞ୍ଜିନର ପ୍ରୋପେଲରରେ ସମସ୍ୟା ଦେଖାଦେଇଥିଲା । ସମସ୍ୟା ଜଣାପଡିବା ପରେ ତୁରନ୍ତ ବିମାନକୁ ଅବତରଣ କରାଯାଇଥିଲା । ବିମାନରେ ୭୦ଜଣ ଯାତ୍ରୀ ରହିଥିଲେ । ତେବେ ବିମାନଟିରେ ପକ୍ଷୀମାଡ଼ ହୋଇଥିବା ଆଶଙ୍କା କରାଯାଉଛି ।

Star Air To Start Direct Flight Between Pune And Hyderabad; Only Airline To  Offer Business Class!

ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ପରେ ଟେକ୍ ନିସିଆନ୍ ଓ ଇଞ୍ଜିନିୟର ଆସି ଯାଞ୍ଚ କରିଥିଲେ । ଯାଞ୍ଚ ପରେ ପ୍ରୋପେଲରରେ ତ୍ରୁଟି ସାମନାକୁ ଆସିଥିଲା । ତେବେ ଲକ୍ଷ୍ନୌରୁ ଝାରସୁଗୁଡ଼ା ଆସିବା ବେଳେ ମଝି ଆକାଶରେ କୌଣସି ପକ୍ଷୀ ପ୍ରୋପେଲରରେ ମାଡ଼ ହୋଇଥିବା ନେଇ ଇଞ୍ଜିନିୟରମାନେ ଆଶଙ୍କା କରୁଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ପ୍ରକାର ପକ୍ଷୀ ମାଡ଼ ହୋଇଥିବା ନେଇ ସ୍ପଷ୍ଟ ହୋଇନାହିଁ ।

Star Air To Start Direct Flight Between Pune And Hyderabad; Only Airline To  Offer Business Class!

ସୂଚନାନୁସାରେ,ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବାକୁ ଥିବା ଷ୍ଟାର ଏୟାରର ଏକ ବିମାନ (S-5229) ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଫଳରେ ବିମାନକୁ ତୁରନ୍ତ ଉଡ଼ାଣ ବନ୍ଦ କରି ଦିଆଯାଇଥିଲା । ପୂର୍ବରୁ ଏହି ବିମାନଟି ୭୦ ଜଣ ଯାତ୍ରୀଙ୍କୁ ନେଇ ପ୍ରଥମେ ଲକ୍ଷ୍ନୌରୁ ଉଡ଼ାଣ ଆରମ୍ଭ କରିଥିଲା ​​ଏବଂ ଝାରସୁଗୁଡା ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ସେଠାରୁ ଭୁବନେଶ୍ବର ଅଭିମୁଖେ ଉଡାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଇଞ୍ଜିନିୟରମାନେ ପ୍ରୋପେଲର (Propeller)ରେ ଏକ ସମସ୍ୟା ଦେଖାଦେଇଥିଲା । ଟେକ୍ନିସିଆନ ଓ ଇଞ୍ଜିନିୟର ଆସି ଯାଞ୍ଚ କରିବା ବେଳେ ପ୍ରୋପେଲର୍‌ରେ ତ୍ରୁଟି ଥିବା ସାମ୍ନାକୁ ଆସିଥିଲା ।