ଭୁବନେଶ୍ଵର: ବିଜୟାଦଶମୀ ଅବସରରେ ଏଥର ରାଜଧାନୀ ଭୁବନେଶ୍ଵରରେ ରାବଣପୋଡ଼ି ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ଭୁବନେଶ୍ଵରର ୭ଟି ସ୍ଥାନରେ ରାବଣପୋଡ଼ି ପାଇଁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛି କମିଶନରେଟ୍ ପୋଲିସ । ନହରକଣ୍ଟା, ବରମୁଣ୍ଡା, ବଡ଼ଗଡ଼ କୋରଡ଼କଣ୍ଟାରେ ହେବ ରାବଣ ପୋଡ଼ି । ସେହିପରି ବାଙ୍କୁଆଳ, ଗୋପାଳପୁର, କିଟ୍ସ ରୋଡ୍, କପିଳପ୍ରସାଦ ଫୁଟବଲ ପଡ଼ିଆରେ ହେବ ରାବଣପୋଡି । ଏସବୁ ଅଞ୍ଚଳରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାବଣପୋଡ଼ି ସମୟରେ ଯେପରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ନଜର ରଖାଯାଇଥିବା କୁହାଯାଇଛି।

ସେପଟେ ପାର୍ବଣ ପାଇଁ କଡା ସୁରକ୍ଷା ବଳୟରେ ରହିଛି ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱରକୁ ଜଗିଛନ୍ତି ୬୧ ପ୍ଲାଟୁନ୍ ଫୋର୍ସ । ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ଡ୍ରୋନ୍ ସହାୟତାରେ ମଣ୍ଡପ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସ୍ମାର୍ଟ କଣ୍ଟୋଲ୍ ରୁମ୍ ଜରିଆରେ ପାର୍ବଣ ପରିଚାଳନା ହେଉଛି । ସିସିଟିଭି ନଜରରେ ରହିଛି ସବୁ ପୂଜା ମଣ୍ଡପ ।