ଝାରସୁଗୁଡ଼ା: ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଏକ ବିଶାଳ ରାଲି କରିଛନ୍ତି । ଏଥିସହ ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ଝାରସୁଗୁଡାବାସୀଙ୍କୁ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି, ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ ନେଲେ । ବିକଶିତ ଓଡ଼ିଶାର ସ୍ବପ୍ନ ନେବାକୁ ଶପଥ ନେଲେ । ଫଳରେ ଆଜି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି । ଆଜିଠୁ ସାରା ଦେଶରେ IIT ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ । ଆଜି ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ପପ୍ରେସ ଶୁଭାରମ୍ଭ ହୋଇଛି । ସୁରତ ସହ ଆପଣଙ୍କ ସମ୍ପର୍କ କେତେ ଜରୁରୀ ତାହା ସମସ୍ତେ ଜାଣନ୍ତି । ପଶ୍ଚିମବଙ୍ଗ ପରେ ଗୁଜରାଟରେ ସର୍ବାଧିକ ଓଡ଼ିଆ ରହନ୍ତି । ଆମ ସରକାର ଏଯାବତ ୪ କୋଟି ଗରିବଙ୍କୁ ପକ୍କା ଘର ଦେଇଛନ୍ତି । ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଆଜି ଓଡ଼ିଶାରେ ୫୦ ହଜାର ପକ୍କା ଘର କାର୍ଯ୍ୟାଦେଶ ଦିଆଯାଇଛି । କୃଷକଙ୍କ ହିତ ପାଇଁ ଟ୍ରାକ୍ଟର ଦାମ୍ ୪୦ ହଜାର କମ୍ କରାଯାଇଛି । ବିଗତ ଦଶନ୍ଧିରେ ଗରିବୀ ସହ ଲଢ଼ିଛନ୍ତି, ଏବେ ବିକାଶ ଦେଖିବେ । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଜେପି ସରକାର ଟିକସ୍ କମ୍ କରିଛନ୍ତି । ଏହାଦ୍ବାରା ବହୁତ ସଂଖ୍ୟାରେ ଆଦିବାସୀ କେନ୍ଦୁପତ୍ର ତୋଳାଳି ଉପକୃତ । ଓଡ଼ିଶାରେ ଆଜି ୬ ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି । ‘ଓଡ଼ିଶାରେ ୬୦ଟି ରେଲୱେ ଷ୍ଟେସନର ଆଧୁନିକୀକରଣ କରାଯାଉଛି ବୋଲି କହିଛନ୍ତି ମୋଦି ।

ମୋଦି ଆହୁରି କହିଛନ୍ତି, ଟେଲିକମ୍ ଟେକ୍ନୋଲୋଜି ପାଇଁ ଯାହା ଦାରକାର ତାହା ବିକଶିତ ହେବ । ସାରା ଦେଶରେ ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ । ଆଗାମୀ ଦିନରେ BSNL ନୂଆ ଇତିହାସ ରଚିବାକୁ ଯାଉଛି । BSNL ଦ୍ବାରା ସ୍ବଦେଶୀ 4G ନେଟୱର୍କ ସାମିଲ ହେଲା । ଏହାଦ୍ବାରା ହାଇସ୍ପିଡ୍ ଇଣ୍ଟରନେଟ୍ ସମ୍ଭବ ହୋଇଯାଇଛି । ଏହି ସେବା ସୀମାନ୍ତରେ ପ୍ରତିକୂଳ ସ୍ଥିତିରେ କାର୍ଯ୍ୟରତ ଯବାନ ବି ପାଇବେ । ଆଗାମୀ ଦିନରେ BSNL ସହ 5G ଯୋଡ଼ି ହେବାକୁ ଯାଉଛି । ସେହିପରି ଓଡ଼ିଶାରେ ଆଗାମୀ ଦିନରେ ୨ ସେମିକଣ୍ଡକ୍ଟର ୟୁନିଟ୍ ହେବାକୁ ଯାଉଛି । ଏହି ସେମିକଣ୍ଡକ୍ଟରରୁ ବାହରୁଥିବା ଚିପ୍ ସବୁ କାର୍ଯ୍ୟରେ ଲାଗିବ । ଏହି ଛୋଟିଆ ଚିପ୍ ସବୁ ଦୈନନ୍ଦିନ ସାମଗ୍ରୀରେ ଲାଗିବ । ଚିପ୍ ଠାରୁ ଆରମ୍ଭ କରି ସିପ୍ ପର୍ଯ୍ୟନ୍ତ ଭାରତ ସବୁଥିରେ ଆତ୍ମନିର୍ଭର ହେବ । ଆମ ଦେଶ କୌଣସି ଦେଶ ଉପରେ ନିର୍ଭର କରିବ ନାହିଁ । ସ୍ବଦେଶୀ ଜ୍ଞାନକୌଶଳରେ ସିପ୍ ନିର୍ମାଣ ପାଇଁ ୧୭ ହଜାର କୋଟି ମଞ୍ଜୁର । ଏଥିରୁ ସବୁଠୁ ବେଶୀ ଫାଇଦା ଯୁବପିଢ଼ି ପାଇବେ । ଓଡ଼ିଶାର ଯୁବପିଢ଼ି ଏଥିରୁ ରୋଜଗାର ପାଇପାରିବେ । ଓଡ଼ିଶା ଲୋକଙ୍କ ସାମର୍ଥ୍ୟ ସହ ମୁଁ ପୂରା ସହମତ ବୋଲି କହିଛନ୍ତି ମୋଦି ।

ସେହିପରି ଝାରସୁଗୁଡ଼ା ସମାବେଶରେ କଂଗ୍ରେସକୁ ସିଧାସଳଖ ନିଶାନା କରି ମୋଦି କହିଛନ୍ତି, ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କଲି । ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ୍ କରୁଥିଲା । ଆମ ସରକାର ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି । କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡ଼ୁଥିଲା । ମାତ୍ର ଆମ ସରକାରରେ ବର୍ତ୍ତମାନ ୧ ଲକ୍ଷରେ କେବଳ ୪ରୁ ୫ ହଜାର ଟିକସ । GST କମ୍ ହେବା ସତ୍ତ୍ବେ ହିମାଚଳ କଂଗ୍ରେସ ସରକାର ଲୁଟ୍ କରୁଛି । ସିମେଣ୍ଟ ଦାମ୍ରେ ହିମାଚଳ ସରକାର ନୂଆ ଟିକସ ଲଗାଇଛନ୍ତି । ସାରା ଦେଶ GSTର ଉପକାର ପାଉଥିଲା ବେଳେ ହିମାଚଳବାସୀ ଏଥିରୁ ବଞ୍ଚିତ ବୋଲି କହିଛନ୍ତି ମୋଦି ।