ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଶ୍ରେଷ୍ଠ ଅଭିନେତା ଭାବେ ଶାହରୁଖ ଖାନ ଓ ବିକ୍ରାନ୍ତ ମାସିଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ରାନୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି । ସେହିପରି ବିଶିଷ୍ଟ ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କୁ ଏହି କାର୍ଯ୍ୟକ୍ରମରେ ଦାଦା ସାହେବ୍ ଫାଲକେ ପୁରସ୍କାର ମିଳିଛି । ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ସମେତ ‘ଦ ସି ଆଣ୍ଡ ସେଭନ ଭିଲେଜେସ୍’ ଓ ‘ମୋ ବୋଉ, ମୋ ଗାଁ’ ନାଁ ବ୍ୟତୀତ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଜାତୀୟ ପୁରସ୍କାର ପାଇଛନ୍ତି ।
ଶ୍ରେଷ୍ଠ ଅଭିନେତ୍ରୀ – ରାଣୀ ମୁଖାର୍ଜୀ (ମିସେଜ୍ ଚାଟାର୍ଜୀ ବନାମ ନରୱେ)
ଶ୍ରେଷ୍ଠ ଅଭିନେତା – ଶାହରୁଖ ଖାନ (ଜୱାନ) ଏବଂ ବିକ୍ରାନ୍ତ ମାସେ
ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର – ଦ ରେ ଅଫ ହୋପ୍
ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର -କଟହଲ୍
ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର – 12th ଫେଲ୍
ଶ୍ରେଷ୍ଠ ପୁରୁଷ ପ୍ଲେବ୍ୟାକ୍ ଗାୟକ – ପିଭିଏନ୍ଏସ୍ ରୋହିତ (ଶିଶୁ, ତେଲୁଗୁ)
ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍ ଗାୟକ – ଶିଳ୍ପା ରାଓ
ଶ୍ରେଷ୍ଠ କୋରିଓଗ୍ରାଫି – ରକି ଅର ରାନୀ କି ପ୍ରେମ କାହାନି
ଶ୍ରେଷ୍ଠ ସିନେମାଟୋଗ୍ରାଫି – ଦି କେରଳ ଷ୍ଟୋରି
ସ୍ପେଶାଲ୍ ମେନସନ୍ – ଆନିମଲ୍ (ରି-ରେକର୍ଡିଂ ମିକ୍ସର୍) ଏମ.ଆର. ରାଜକୃଷ୍ଣନ୍
ଶ୍ରେଷ୍ଠ ମେକଅପ୍ ଏବଂ କଷ୍ଟ୍ୟୁମ୍ ଡିଜାଇନର୍ – ସାମ୍ ବାହାଦୁର
ଶ୍ରେଷ୍ଠ ନିର୍ଦ୍ଦେଶକ – ଦି କେରଳ ଷ୍ଟୋରି (ସୁଦୀପ୍ତୋ ସେନ୍)
ଶ୍ରେଷ୍ଠ ଶବ୍ଦ ଡିଜାଇନ୍ – ଆନିମଲ୍ (ହିନ୍ଦୀ)
ଶ୍ରେଷ୍ଠ ତେଲୁଗୁ ଫିଲ୍ମ – ଭଗବନ୍ତ କେଶରୀ
ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ – ରକି ଔର ରାନୀ କି ପ୍ରେମ କାହାନି
ଶ୍ରେଷ୍ଠ ତାମିଲ୍ ଫିଚର୍ ଫିଲ୍ମ – ପାର୍କିଂ
ଶ୍ରେଷ୍ଠ ଫିଚର ଓଡିଆ ଫିଲ୍ମ – ପୁଷ୍କରା ଓ ‘ଦ ସି ଆଣ୍ଡ ସେଭନ ଭିଲେଜେସ୍’
ଶ୍ରେଷ୍ଠ ନନ ଫିଚର ଓଡିଆ ଫିଲ୍ମ – ‘ମୋ ବୋଉ, ମୋ ଗାଁ’