ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ୱାମୀ ତଥା ବ୍ୟବସାୟୀ ଭିକି ଜୈନ. ତିନିଦିନ ତଳେ ଦୁର୍ଘଟଣାର ଶିକାର ହୋଇଥିଲେ । ତେଣୁ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ଆଉ ଏହା ଭିତରି ଫିଲ୍ମ ନିର୍ମାତା ସନ୍ଦୀପ ସିଂହ, କିଛି ତଥ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭିକିଙ୍କ ଡାହାଣ ହାତରେ ଅନେକ କାଚ ଖଣ୍ଡ ପଶିଥିଲା । ଯାହା ପାଇଁ ତାଙ୍କୁ ୪୫ଟି ସିଲାଇ ପଡ଼ିଥିଲା।

ଏପଟେ ସୋସିଆଲ ମିଡିଆରେ ଫିଲ୍ମ ନିର୍ମାତା ସନ୍ଦୀପ ସିଂହ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅଙ୍କିତା ଭିକିଙ୍କ ପାଖରେ ବସିଥିବାର ନଜର ଆସୁଛି । ଏବଂ ଫଟୋରେ, ଅଙ୍କିତା ତାଙ୍କ ହାତର ଭିକିଙ୍କ ମୁହଁକୁ ଛୁଇଁ ଭାବପ୍ରବଣ ହୋଇ ପଡୁଛନ୍ତି । କୁହା ଯାଉଛି ଭିକିଙ୍କ ଆକ୍ସିଡେଣ୍ଟ ପରଠାରୁ, ପ୍ରାୟ ତିନିଦିନ ହେବ ଅଙ୍କିତା ମଧ୍ୟ ତାଙ୍କ ପାଖରେ ଅଛନ୍ତି ।