ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଭାରତର ସେମି ହାଇସ୍ପିଡ ଟ୍ରେନ କୁହାଯାଉଥିବା ଟ୍ରେନ ୧୮ ବା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ । ଦିଲ୍ଲୀରୁ ବାରଣାସୀ ଯିବାକୁ ଥିବା ଏହି ଟ୍ରେନରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଓ ରେଳୱର ବରିଷ୍ଠ ଅଧିକାରୀମାନେ ଯାତ୍ରା କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିବୃତିରେ କୁହାଯାଇଛି । ଏହି ଟ୍ରେନଟି ସକାଳ ୯ଟା ୪୫ରେ ଦିଲ୍ଲୀରୁ ଯାତ୍ରାରମ୍ଭ କରିବ ଏବଂ କାନପୁର ଓ ଆଲ୍ଲାହାବାଦରେ ରହିବ । ଏହି ଟ୍ରେନକୁ ସ୍ୱାଗତ କରିବା ଲାଗି ସେଠାରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନୂଆଦିଲ୍ଲୀ ରେଳ ଷ୍ଟେଶନରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟ୍ରେନକୁ ଅବଲୋକନ କରିବା ପରେ ଉଦ୍ଦବୋଧନ ଦେବେ । ଘଣ୍ଟାକୁ ୧୬୦କିମି ବେଗରେ ଗତି କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ମାତ୍ର ୮ଘଣ୍ଟାରେ ବାରଣାସୀରେ ପହଞ୍ଚିବ ।