ଥାନାରେ ବିଷାକ୍ତ ତରଳ ପିଇଥିବା ଘଟଣାରେ ପୁରୁଷ ବନ୍ଧୁ ଗିରଫ

ବ୍ରହ୍ମପୁର: ଥାନାରେ ବିଷାକ୍ତ ତରଳ ପିଇଥିବା ଘଟଣାରେ ପୁରୁଷ ବନ୍ଧୁ ଗିରଫ । ନାବାଳିକାକୁ ଅପହରଣ ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ । ନାବାଳିକାଙ୍କ ବାପା ମାଆଙ୍କ ଅଭିଯୋଗରେ ବାନ୍ଧିଲା ପୋଲିସ । ଯୁବତୀ ଜଣଙ୍କ କଣ ପିଇଛନ୍ତି ତଦନ୍ତ କରୁଛି ପୋଲିସ । କାଲି ଗୋପାଳପୁର ଥାନାରେ ବିଷାକ୍ତ ତରଳ ପିଇ ଗୁରୁତର ଅଛନ୍ତି ନାବାଳିକା ।

ସୂଚନା ଅନୁସାରେ, ଯୋଗିଆପୁଲ୍ଲୀ ଗ୍ରାମର କେଦାର ଦାସ ତାଙ୍କର ନାବାଳିକା ବନ୍ଧୁ ସହିତ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିଲେ। କିଛି ସମୟ ପରେ କଥା ହେବା ପରେ ସେଠାରେ ୭୦୦ ଟଙ୍କା ଦେଇ ଲଜ୍‌ ରୁମ୍‌ ବୁକ୍‌ କରିଥିଲେ। କୌଣସି ଘଟଣାକୁ ନେଇ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା। ଯାହା ଫଳରେ ରୁମ୍‌ ମାଲିକ ଉଭୟଙ୍କୁ ରୁମ୍‌ରୁ ବାହାରିଯିବାକୁ କହିଥିଲେ। ଉଭୟ ଗୋପାଳପୁର ଥାନାକୁ ଯାଇଥିଲେ ଘଟଣା ସମ୍ପର୍କ କହିଥିଲେ । ପୋଲିସ ନାବାଳିକା ବାପା ଓ ମାଙ୍କୁ ଫୋନ କରି ଡାକିଥିଲେ । ପରିବାର ଲୋକ ଆସିବା ପରେ ନାବାଳିକା ଜଣଙ୍କ ପର୍ସରେ ଆଣିଥିବା ଏକ ସିସାରେ ମେଡ଼ିସିନକୁ ଖାଇ ଦେଇଥିଲେ । ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଅନ୍ୟ ପଟେ ପୋଲିସ କେଦାରକୁ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଥିଲା ।