ଭୁବନେଶ୍ୱର: ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି । ଆଜିର ଦିନରେ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କ ପୂଜା କରାଯାଏ । ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଉତ୍ସବମୁଖରିତ ଗାଁଠୁ ସହର। ସୁସଜ୍ଜିତ ପୂଜା ପେଣ୍ଡାଲରେ ପୂଜା ପାଇବେ ବିଘ୍ନହର୍ତ୍ତା। ଆଦିଦେବଙ୍କ ଆରାଧନାରେ ବିଭୋର ହେବେ ଭକ୍ତ। ନାନା ରୂପରେ ଅବତିର୍ଣ୍ଣ ହେବେ ପ୍ରଭୁ ଶ୍ରୀ ଗଣେଶ।ବିଭିନ୍ନ ଗଣେଶ ପୀଠ ଗୁଡ଼ିକରେ ପ୍ରାତଃ କାଳରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପ ଗୁଡ଼ିକରେ ଆଉ କିଛ ସମୟ ଅପେକ୍ଷା । ବେଦ ଧ୍ବନୀରେ ପ୍ରକମ୍ପିତ ହେବ ଗଗନ ପବନ । ଧୂପ ଦୀପ ଝୁଣା ଓ ନୈବେଦ୍ୟର ମୋହନୀୟ ମହକ ଭିତରେ ଆର୍ବିଭୂତ ହେବେ ପ୍ରଭୁ ଶ୍ରୀ ଗଣେଶ ।
ତେବେ ଭଗବାନ ଗଣେଷ ବେଶ୍ ଖାଦ୍ୟ ପ୍ରିୟ। ତାଙ୍କର ଭୋଗ ମଧ୍ୟରେ ରହିଛି ସ୍ବତନ୍ତ୍ରତା। ବିଶେଷ ଭାବେ ସେ ମିଠା ଜାତୀୟ ଭୋଗକୁ ବେଶ ପସନ୍ଦ କରିଥାନ୍ତି। ସେଥିପାଇଁ ସେ ସବୁବେଳେ ହାତରେ ଏକ ଲଡୁ ଧରିଥାନ୍ତି। ଏଥିସହିତ ଗଣେଷଙ୍କ ଆଉ କିଛି ପ୍ରିୟ ଭୋଗ ରହିଛି। ଆସନ୍ତୁ ସେ ସଂପର୍କରେ କିଛି ଜାଣିବା।
ମୋଦକ ଲଡୁ: ମୋଦକ ଲଡୁ ଗଣେଶଙ୍କ ପାଇଁ ଅତ୍ୟନ୍ତ ପ୍ରିୟ । ମୋଦକ ମଧ୍ୟ ଅନେକ ଭିନ୍ନ ଉପାୟରେ ତିଆରି ହୋଇଥାଏ । ମହାରାଷ୍ଟ୍ରରେ, ବିଶେଷକରି ଗଣେଶ ପୂଜା ଅବସରରେ, ଘରେ ବିଭିନ୍ନ ପ୍ରକାରର ମୋଦକ ତିଆରି କରାଯାଏ ।
ବୁନ୍ଦି ଲଡୁ: ମୋଦକ ପରେ ଗଣେଶ ମଧ୍ୟ ନୈବ୍ୟଦ ଆକାରରେ ବୁନ୍ଦି ଲଡୁ ପ୍ରଦାନ କରାଯାଇଥାଏ। ଏହା ମଧ୍ୟ ଗଣେଷଙ୍କ ବେଶ୍ ପ୍ରିୟ। ସେ ଶୁଦ୍ଧ ଘିଅରୁ ପ୍ରସ୍ତୁତ ଏହି ମଇଦା ଲଡୁକୁ ପସନ୍ଦ କରନ୍ତି ।
ନଡ଼ିଆ ଚାଉଳ: ଏହା ଦକ୍ଷିଣ ଭାରତରେ ତିଆରି ହୁଏ । ଚାଉଳକୁ ନଡ଼ିଆ କ୍ଷୀର କିମ୍ବା ପାଣିରେ ଭିଜାଇ କିମ୍ବା ଚାଉଳ ସହିତ ମିଶାଇ ରନ୍ଧାଯାଇଥାଏ। ଏହା କେବଳ ଗଣେଷ ପୂଜା ଦିନ ପ୍ରସ୍ତୁତ କରାଯାଇଥାଏ।
ଖୁଆ ପେଡା: ଏହା କ୍ଷୀରରେ ତିଆରି ଏକ ମହାରାଷ୍ଟ୍ରୀୟ ଖାଦ୍ୟ । ଏହାର ଆକାର ଗୋଲାକାର ।
ପଞ୍ଚାମୃତ: ପଞ୍ଚାମୃତ ମଧ୍ୟ ଗଣେଷଙ୍କର ପ୍ରିୟ ଅଟେ। ସାଧାରଣତଃ ବିଭିନ୍ନ ପୂଜାରେ ଖିର, ଦହି, ଘିଏ ମହୁ ଏବଂ ଗୁଡ ରେ ପ୍ରସ୍ତୁ ଏହା ଏକ ଭିନ୍ନ ଭୋଗ।