ଭୁବନେଶ୍ଵର: ରାଜଧାନୀରେ ହେବ ଉଭୟ ବୁଲା ଓ ପୋଷା କୁକୁର ଗଣନା । ଏନେଇ ସୂଚନା ଦେଇଛନ୍ତି BMC ମେୟର ସୁଲୋଚନା ଦାସ । କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ । ଯାହାଦ୍ଵାରା BMC ପାଖରେ ସମସ୍ତ ତଥ୍ୟ ରହିବ । ପୋଷା କୁକୁରର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି ସେ ସମସ୍ତ ତଥ୍ୟ ରହିବ BMC ପାଖରେ ରହିବ । ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସେ ନେଇ ମଧ୍ୟ ସମସ୍ତ ତଥ୍ୟ ରହିବ । ଏହା ଦ୍ୱାରା ସହର ସୁନ୍ଦର ରହିବ ଓ କୁକୁର ସୁରକ୍ଷିତ ରହିବେ ବୋଲି କହିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ । ମେୟର ଆହୁରି କହିଛନ୍ତି ଏନେଇ ରାଜଧାନୀର ସେନ୍ସେସ ପ୍ରୋଗ୍ରାମ କରାଯିବ । ପୋଷା କୁକୁର ମାଲିକ କିଏ ଓ ବୁଲା କୁକୁର କାଉଠୁ ଯାଇଛନ୍ତି ଟ୍ୟାଗାରେ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଭେକସିନ ହେଇଛି କି ନାହିଁ ସମସ୍ତ ତଥ୍ୟ ଚିପ୍ରେ ରହିବ। ଏହା ଦ୍ବାରା କୁକୁରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜାଣିହେବ। ରାଜଧାନୀରେ କେତେ କୁକୁର ଅଛନ୍ତି ଜଣା ପଡ଼ିବ। ବନ୍ଧ୍ୟାକରଣ ପରେ କୁକୁର ସଂଖ୍ୟା ବଢୁଛି କି କମିଛି ନଜର ରହିବ। ୮୦ ହାଜରରୁ ଊର୍ଦ୍ଧ୍ବ କୁକୁର ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଅଛନ୍ତି । ବିଏମ୍ସି ପାଖରେ ଘରେ ରଖୁଥିବା ପୋଷା କୁକୁରଙ୍କ ତଥ୍ୟ ରହିପାରିବ । ସେପଟେ ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ବୁଲା କୁକୁରମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଧରାପଡ଼ିଥିବା କୁକୁରମାନଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ ପରେ ମୁକ୍ତ କରାଯିବା ଉଚିତ।