ସମ୍ବଲପୁର ରେଳ ଷ୍ଟେଶନରେ ଯାତ୍ରୀ ସୁବିଧାର ଉଦଘାଟନ

(ରିପୋର୍ଟରସ ଟୁଡେ/ଭୁବନେଶ୍ୱର): ସମ୍ବଲପୁର ରେଳ ଷ୍ଟେଶନରେ ବିଭିନ୍ନ ଯାତ୍ରୀ ସୁବିଧାର ଉଦ୍ଘାଟନ ହେବ । ଏହାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉନ୍ମୋଚନ କରିବା କାର୍ୟ୍ୟକ୍ରମ ରହିଛି। ଏହା ମଧ୍ୟରେ ଷ୍ଟେଶନର ସମ୍ମୁଖ ଭାଗର ଉନ୍ନତି, ସୌନ୍ଦର୍ୟ୍ୟକରଣ ସହ ବିସ୍ତାରିତ କ୍ଷେତ୍ରର ସୌନ୍ଦର୍ୟ୍ୟକରଣ, ଫୁଟ ଓଭର ବ୍ରିଜ, ଏକ୍ସାଲେଟର, ଫୁଡ଼ ପ୍ଲାଜା, ବୁଟ ଲଣ୍ଡ୍ରି ଭଳି ବିଭିନ୍ନ ସୁବିଧା ସ୍ଥାନିତ ହୋଇଛି। କାର୍ୟ୍ୟକ୍ରମରେ ଅତିଥି ଭାବେ ସମ୍ବଲପୁର ଲୋକସଭା ସଦସ୍ୟ ନଗେନ୍ଦ୍ର କୁମାର ପ୍ରଧାନ, ଏମ୍ଏଲ୍ଏ ରାସେଶ୍ୱରୀ ପାଣିଗ୍ରାହୀ ଯୋଗ ଦେବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି। ଭାରତୀୟ ରେଲଓ୍ବେ ପକ୍ଷରୁ ଚିହ୍ନଟ ହୋଇଥିବା ୮୬ଟି ଷ୍ଟେଶନର ପୁନଃ ବିକାଶ କାର୍ୟ୍ୟକ୍ରମରେ ରାଜ୍ୟର ସମ୍ବଲପୁର ଏବଂ କଟକ ଷ୍ଟେଶନ ରହିଛି। ସମ୍ବଲପୁର ଷ୍ଟେଶନ ଏ-୧ ଷ୍ଟେଶନ ମଧ୍ୟରେ ସ୍ଥାନିତ ହୋଇଥିବା ବେଳେ ଏଠାରେ ରେଲଓ୍ବେର ଏକ ମଣ୍ଡଳ କାର୍ୟ୍ୟାଳୟ ମଧ୍ୟ ରହିଛି। ଷ୍ଟେଶନର ଉନ୍ନତୀକରଣ ପାଇଁ ରେଲଓ୍ବେ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଯାନ ବାହନ ପାଇଁ ଅଲଗା ପାର୍କିଂ,ଏଲ୍ଇଡ଼ି ଆଲୋକ ବ୍ୟବସ୍ଥା ହୋଇଛି। ସେହିଭଳି ୨.୫ କୋଟି ଟଙ୍କା ବ୍ୟୟରେ ଫୁଟ ଓଭର ବ୍ରିଜ ଏବଂ ଏକ୍ସାଲେଟର ସୁବିଧା କରାଯାଇଛି। ଏହାବାଦ ୬.୪୫ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ବୁଟ୍ ମଡେଲ ମେକାନାଇଜଡ୍ ଲଣ୍ଡ୍ରି ମଧ୍ୟ ସ୍ଥାପନ କରାଯାଇଛି। ଇଣ୍ଡିଆନ ଅଏଲ୍ ଓ ନାଚୁରାଲ ଗ୍ୟାସ୍ ପକ୍ଷରୁ କାର୍ୟ୍ୟକ୍ଷମ ହୋଇଥିବା ଏବଂ ହେବାକୁ ଥିବା ବିଭିନ୍ନ କାର୍ୟ୍ୟକ୍ରମକୁ ପ୍ରଧାନ ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ଦେବେ।