କୋଷ୍ଟାଲ ପ୍ରକଳ୍ପକୁ ନେଇ ଶାସକ ଓ ବିରୋଧୀ ଦୋଷ ଲଦାଲଦି

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଆଜି କୋଷ୍ଟାଲ ହାଇୱେ ରାଜ୍ୟ ସରକାର ଜାତୀୟ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି । କିନ୍ତୁ କେନ୍ଦ୍ରର ପ୍ରସ୍ତାବରେ ସହମତି ପ୍ରକାଶ କରି ନାହିଁ ଓଡ଼ିଶା । ପ୍ରସ୍ତାବିତ କୋଣାର୍କ-ଅସ୍ତରଙ୍ଗ କୋଷ୍ଟାଲ ପାଇଁ ଏନ୍ଏଚ୍ଏଆଇ ପ୍ରସ୍ତାବ ଦେଇଛି କିନ୍ତୁ ସାତପଡ଼ା, କୋଣାର୍କ, ଅସ୍ତରଙ୍ଗ ରାସ୍ତା ପାଇଁ ରାଜ୍ୟ ପ୍ରସ୍ତାବ ଦେଇଛି । ଏହା ସହିତ ଚିଲିକାରେ ୨ଟି ସିଗ୍ନେଚର ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ସଚିବ କହିଛନ୍ତି । ବର୍ତମାନ ଏହାକୁ ନେଇ ଉଭୟ ଶାସକ ଓ ବିରୋଧୀ ମଧ୍ୟରେ କଥା କଟା କକଟି ଆରମ୍ଭ ହୋଇଯାଇଛି । କୋଷ୍ଟାଲ ହାଇୱ ପ୍ରକଳ୍ପ ପାଇଁ କେନ୍ଦ୍ର ଓଡ଼ିଶାବାସୀଙ୍କୁ ପ୍ରତାରଣା କରୁଥିବା ଶାସକ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସ ବର୍ମା କହିଛନ୍ତି । ଅନ୍ୟପଟେ ମୋଦି ନାଁ ନେଇଯିବେ ସେଥିପାଇଁ ଏହି ପ୍ରକଳ୍ପକୁ କରାଇ ନ ଦବା ପାଇଁ ମୁଖ୍ୟମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେପିର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।