ଆସନ୍ତା ୨୧ ତାରିଖରେ ରାଜ୍ୟର ସମସ୍ତ ଆର୍‌ଡିସି ଅଫିସ ଘେରଉ କରିବ ବିଜେଡି

ଭୁବନେଶ୍ୱର:- ଏଫ୍‌ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରି ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜେଡି ପୁଣି ରାସ୍ତାକୁ ଓହ୍ଲାଇବ। ଆସନ୍ତା ୨୧ ତାରିଖରେ ବିଜେଡି ଦଳ ତରଫରୁ ରାଜ୍ୟର ସମସ୍ତ ଆର୍‌ଡିସି ଅଫିସ ଘେରଉ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ରହିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇ କହିଥିଲେ, ଏଫ୍‌ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜେଡି ପ୍ରତିବାଦ ସହ ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ଲାଗି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଏହାର ତଦନ୍ତ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଛି।