ଭୁବନେଶ୍ଵର: ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ ନବୀନ ପଟ୍ଟନାୟକ । ମୁମ୍ବାଇରେ ଅପରେସନ ପରେ ଓଡ଼ିଶା ଫେରିବେ ନବୀନ । ଏନେଇ ସୂଚନା ଦେଇଛନ୍ତି ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର । ଚିକିତ୍ସା ପାଇଁ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଓଡ଼ିଶା ଫେରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁନ ୨୨ ତାରିଖରେ ନବୀନଙ୍କ ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ହୋଇଥିଲା। ବିଶିଷ୍ଟ ସ୍ପାଇନ ସର୍ଜନ ଡା. ରାଜଶେଖର ଓ ତାଙ୍କ ଟିମ ଅପରେସନ କରିଥିଲେ। ୨୫ ତାରିଖରେ ସେ ଆଇସିୟୁରୁ ରୁମକୁ ସିଫଟ ହୋଇଥିଲେ। ଜୁଲାଇ ୭ ତାରିଖରେ ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରୁ ଡିସଚାର୍ଜ ହୋଇଥିଲେ । ଏବେ କିଛି ଦିନ ନବୀନଙ୍କ ଫିଜିଓଥେରାପୀ ହେବ ।