ଦାବି କରିଲା କଂଗ୍ରେସ । ରାଇରଙ୍ଗପୁରରେ ଏୟାରଷ୍ଟ୍ରିପ୍ ପାଇଁ କିଛି ଦିନ ତଳେ ଆଦିବାସି ପରିବାରକୁ ନିୟମ ଭଙ୍ଗକରି ଉଚ୍ଛେଦ କରାଯାଇଥିଲା । କାରଣ ନିୟମ କହୁଛି ବିନା ପଲ୍ଲିସଭାରେ କୌଣସି ଆଦିବାସି ବସ୍ତି ଉଚ୍ଛେଦ କରାଯାଇପାରିବ ନାହିଁ । ହେଲେ ରାଇରଙ୍ଗପୁର ଅଂଚଳରେ ଏକ ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ବସ୍ତି ଉଚ୍ଛେଦ କରାଯାଇଛି । ଯେଉଁଥିର ୪୩ ପରିବାରଙ୍କ ନାଁ ରହିଛି । କିନ୍ତୁ ସେଠାରେ କୌଣସି ପଲ୍ଲିସଭା କରାଯାଇନି । ପେସା ଆଇନ ଲାଗୁ ହୋଇନି। ଉଚ୍ଛେଦ ହୋଇଥିବା ଆଦିବାସୀ ପରିବାର ଆନ୍ଦୋଳନ କରି ଏପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ହେଲେ କିଛି ବି ଫଳପ୍ରଦ ହେଲା ନାହିଁ । କିନ୍ତୁ ଆଦିବାସୀମାନେ ବାସହରା ହେଲେ ।

ଏହାକୁ ନେଇ ରାଜ୍ୟ ସରକାରଙ୍କ ପାଖରେ କଂଗ୍ରେସ ଦାବି କରୁଛି କି, ଭଙ୍ଗାଯାଇଥିବା ଘର ଲୋକଙ୍କୁ ୪୦ ଲକ୍ଷ ଟଙ୍କା କ୍ଷତି ପୁରଣ ଦେବା ସହ ଯେତିକି ଜାଗା ଯାଇଛି ତା’ର ଦୁଇଗୁଣ ଜାଗା ଅନ୍ୟସ୍ଥାନରେ ଦେଇ ସେମାନଙ୍କୁ ଥଇଥାନ କରିବା ପାଇଁ । ଆଦିବାସୀ ନାମରେ ହୋଇଥିବା ମାମଲା ପ୍ରତ୍ୟାହାର ହେଉ । ନଚେତ କଂଗ୍ରେସ ଦଳ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ୍ ଆଜି ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏହାସହ କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୁଲ ଇଞ୍ଜକ୍ସନ ଯୋଗୁଁ ୬ ଜଣଙ୍କ ଜୀବନ ଚାଲି ଯାଇଥିବା ପ୍ରସଙ୍ଗ ଶ୍ରୀ କାଡାମ କହିଛନ୍ତି । ଆବଶ୍ୟକୀୟ ଡାକ୍ତର ନଥିବାରୁ ନିରୀହ ଲୋକଙ୍କ ଜୀବନ ଗଲା। ମୃତ୍ୟୁବ

ରଣ କରିଥିବା ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥକ ସହାୟତ ଦେବା ସହ ଭୁଲ ଇଞ୍ଜକ୍ସନ ଦେଇଥିବା ଲୋକଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି କଂଗ୍ରେସ ଦାବି କରୁଛି । ସେହିଭଳି ନବରଙ୍ଗପୁର ରେ ପାଇଖାନା ସେପ୍ଟିକ୍ ଟାଙ୍କିରେ ମରିପଡ଼ିଥିବା ୪ ଜଣ ଲୋକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ଦେବାକୁ ଶ୍ରୀ କାଡାମ୍ ଦାବି କରିଛନ୍ତି ।