ଭୁଲ ଇଞ୍ଜେକସନରୁ ମୃତ୍ୟୁ ଘଟଣାର ତଦନ୍ତ କରିବ ପାଞ୍ଚ ଜଣିଆ ଟିମ

ଭୁବନେଶ୍ୱର-: ଭୁଲ୍ ଇଞ୍ଜେକସନ୍ ଦିଆଯିବା ଯୋଗୁଁ ଚାଲିଗଲା ୫ ରୋଗୀଙ୍କ ଜୀବନ । ଏହି ଘଟଣାର ତଦନ୍ତ ପାଇଁ ଡିଏମଇଟି ଗଠନ କରିଛନ୍ତି ପାଞ୍ଚ ଜଣିଆ ଟିମ । ଏହି ଟିମରେ ଏମକେସିଜି ବ୍ରହ୍ମପୁରରୁ ତିନି ଜଣ ଓ ଏସସିବିରୁ ଦୁଇ ଜଣ  ବରିଷ୍ଠ ବିଶେଷଜ୍ଞ ରହିଛନ୍ତି । ଏମାନେ ସହିଦ ଲଷ୍ମଣ ନାୟକ ମେଡିକାଲ କଲେଜ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ଏବଂ ଦୁଇଦିନ ସୁଦ୍ଧା ରିପୋର୍ଟ ଦେବାକୁ ଟିମକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଥାଉକି କୋରାପୁଟ ମେଡିକାଲ କଲେଜ ଆଇସିୟୁରେ ଚିକିତ୍ସିତ ୩ ଜଣ ଓ ଓ୍ବାର୍ଡରେ ଥିବା ୨ ଜଣ ରୋଗୀଙ୍କୁ ଭୁଲ ଇଞ୍ଜେକସନ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସେଠାର ଡାକ୍ତର କହୁଛନ୍ତି ଯେ କିଛି ଅଲଗା ଇଞ୍ଜେକସନ କି ଅଲଗା ଔଷଧ ବି ଦିଆଯାଇନି ।