ଚଳିତ ରଥଯାତ୍ରା ପାଇଁ ପୁରୀକୁ ଗଡିବ ୧ ହଜାର ବସ

ପୁରୀ-: ଚଳିତ ରଥଯାତ୍ରା ପାଇଁ ପୁରୀକୁ ଗଡିବ ୧ ହଜାର ବସ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଗଡିବ ବସ । ବସରେ ଯାତ୍ରୀଙ୍କ ପାଇଁ ପାନୀୟ ଜଳ ଓ ଫାଷ୍ଟଏଡ ବ୍ୟବସ୍ଥା ରହିବ । ବସରେ ଭିଡ ଓ ଚୋରି ରୋକିବାକୁ ବ୍ୟବସ୍ଥା ରହିଛି । ଚେକିଂ ସ୍କ୍ୱାର୍ଡ ଓ ସିସିଟିଭିର ମଧ୍ୟ ବ୍ୟବସ୍ଥା ରହିବ । ବସଷ୍ଟାଣ୍ଡରେ ଭିନ୍ନକ୍ଷମ ଓ ବରିଷ୍ଠଙ୍କ ପାଇଁ ରହିବ ହୁଇଲ ଚେୟାର ଓ ରିକ୍ସା । ଏନେଇ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର ଆଜି ଏକ ସ୍ବତନ୍ତ୍ର ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା କରି ସୂଚନା ଦେଇଛନ୍ତି । ତେବେ ବସରେ କ୍ଷମତାଠାରୁ ଅଧିକ ଯାତ୍ରୀ ନନେବାକୁ ତାଗିଦ କରାଯିବା ସହିତ ଏଥି ନିମନ୍ତେ ରାଜ୍ୟ ପରିବହନ ଆୟୋଗ ୩୦ଟି ସ୍କ୍ୱାଡ ଗଠନ କରିଛି ।