ଭୁବନେଶ୍ୱର-: ଭୁବନେଶ୍ୱରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଧୁମଧାମରେ ମେ ୩୦ରେ ଶିବ ବିବାହ ଓ ୩୧ରେ ଶୀତଳଷଷ୍ଠୀ ଯାତ୍ରା ପାଳନ ହେବ । ଏଥିପାଇଁ ସରିଛି ପ୍ରସ୍ତୁତି ବୈଠକ । ଓଡିଶାର ଦ୍ଵିତୀୟ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କେମିତି ସମସ୍ତ ନିଯୋଗ ସହାୟତାରେ ମହାଆଡମ୍ବରରେ ପାଳନ କରାଯିବ ସେନେଇ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ସମସ୍ତ ନୀତିକାନ୍ତି ଯଥା ସମୟରେ ଶେଷ କରିବା ସହ ବିଭିନ୍ନ ପାରମ୍ପରିକ ନୃତ୍ୟ, ସଂଗୀତ ଓ ବଡଦାଣ୍ଡରେ ଶୋଭାଯାତ୍ରାକୁ ନେଇ ମଧ୍ୟ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି। ଉତ୍ତରପ୍ରଦେଶର ଅଘୋରୀ ନୃତ୍ୟ, ଓଡିଶାର ଗୋଟିପୁଅ, ଘଣ୍ଟ, ବାରିପଦା ଛଉ, ସମ୍ବଲପୁରୀ ପରିବେଶଣ କରି ବଡଦାଣ୍ଡରେ ଶୋଭାଯାତ୍ରା କରାଯିବ । କମିଟି ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ , ରାଜ୍ୟ ସରକାର, ଭକ୍ତ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରାଯାଇଛି ।