ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ପାର୍ କଲା ପାରଦ  

ଭୁବନେଶ୍ୱର: ଖରାରେ ସିଝୁଛି ଓଡିଶା । ତାତି ସାଙ୍ଗକୁ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟ ବାସି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପଇବାକୁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ଏହାରି ଭିତରେ ଆଜି  ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ପାର୍ କଲା ପାରଦ । ଝାରସୁଗୁଡ଼ାରେ ସର୍ବାଧିକ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୩୦ ଡିଗ୍ରୀ ଉପରେ ୧୦ ଜିଲ୍ଲାର ତାପମାତ୍ରା । ସମ୍ବଲପୁରରେ ୩୪.୪, ହୀରାକୁଦରେ ୩୪, ବାଲେଶ୍ବରରେ ୩୩, ପୁରୀରେ ୩୩.୪ ଡିଗ୍ରୀ ତାପମାତ୍ରା ରହିଛି। ରାଜଧାନୀ ଭୁବନେଶ୍ୱରରେ ୩୨.୪ ଡିଗ୍ରୀ ରହିଛି ପାରଦ । ସକାଳ ୯ଟା ପୂର୍ବରୁ ଏତେ ତାପମାତ୍ରା ଦେଖି ବାହାରକୁ ବାହାରୁନାହାନ୍ତି ଲୋକ। ଆସନ୍ତା ୧୪ ତାରିଖ ଯାଏ ଏଭଳି ସ୍ଥିତି ରହିବ । ଆଜି ୧୭ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ୧୨ ଓ ୧୩ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ୪୩ ଡିଗ୍ରୀ ଛୁଇଁପାରେ ପାରଦ। ସେପଟେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି।