ଆନ୍ତର୍ଜାତୀକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ

ଗଜପତି-: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସୀମାଦ୍ରୀ ଆପନା ଫଙ୍କନ୍ସନ ହଲ ପରିସରରେ  ଆନ୍ତର୍ଜାତୀକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଅନୁପ ପଣ୍ଡା, ସିନିୟର ARCC ତଥା DRCS ହରିହର ସେଠ, କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବୀନ୍ଦ୍ର ଆଡେକ, ନାବାର୍ଡ ର ପ୍ରତୀକ ପଣ୍ଡା, ନୃସିଂହ ଚରଣ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ରଶ୍ମିତା ସାମଲ ଅତିଥି ପରିଚୟ ଓ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ସମବାୟ ମାଧ୍ୟମରେ ସମାଜର ପ୍ରଗତିରେ ମଧୁସୂଦନ ଦାସଙ୍କ ଭୂମିକା ଓ ଅବଦାନ ଉପରେ ଆଲୋଚନା  ହୋଇଥିଲା । ଅତିଥିମାନେ ମଧୁସୂଦନ ଦାସଙ୍କ ଜୀବନୀ ଓ ତାଙ୍କର କର୍ମଧାରା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ବିଭିନ୍ନ ଉଲ୍ଲେଖନିୟ କାର୍ଯ୍ୟ କରିଥିବା ସମବାୟ ସମିତିର ସମ୍ପାଦକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଏ ରାମ ପ୍ରସାଦ, ବାବୁଲି ସାମଲଙ୍କ ସମେତ ଲ୍ୟାମ୍ପସର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ରଶ୍ମିତା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।