ଶ୍ରୀନଗର: ସେନା ଗୁଳିରେ ଟପ୍ ଆତଙ୍କୀ କମାଣ୍ଡର ଅଲତାଫ୍ ନିହତ । ଜମ୍ମୁ ଓ କଶ୍ମୀରର ବନ୍ଦିପୋରରେ ସୁରକ୍ଷା ବାହିନୀ ସହ ଏକ ଗୁଳିବିନିମୟରେ ଲସ୍କର-ଏ-ତୋଇବା (ଏଲଇଟି)ର ଟପ୍ କମାଣ୍ଡର ଅଲତାଫ ଲାଲି ନିହତ ହୋଇଛନ୍ତି। ପହଲଗାମ୍ ଘଟଣାରେ ପରେ ଆତଙ୍କୀମାନଙ୍କୁ ଖୋଜୁଛି ସେନା । ତେଣେୁ ଏହି ଅପରେସନ ଏପ୍ରିଲ ୨୨ ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଥିବା ଏଲଇଟି ଆତଙ୍କବାଦୀଙ୍କୁ ଖୋଜି ବାହାର କରିବା ପାଇଁ ଚାଲୁ ରହିଥିବା ପ୍ରୟାସର ଏକ ଅଂଶ ଭାବେ ଆସିଛି, ଯେଉଁ ଆକ୍ରମଣରେ ୨୬ଜଣ ଲୋକ ପ୍ରାଣ ହରାଇଥିଲେ।