ଜଳୁଛି ସାରା ଓଡ଼ିଶା : ରାଜ୍ୟରେ ଅସମ୍ଭାଳ ତାତିକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ 

ଭୁବନେଶ୍ବର : ରାଜ୍ୟରେ ଅସମ୍ଭାଳ ତାତିକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ସକାଳ ୭ଟା ପରେ ଘରୁ ପଦାକୁ ବାହାରିବାକୁ ଡର ଲାଗୁଛି । ଦେହ ମୁହଁ ପୋଡ଼ି ଯାଉଛି । ଗୁଳୁଗୁଳି ଅସ୍ତବ୍ୟସ୍ତ କରିପକାଉଛି । ଏଭଳି ସ୍ଥିତିରେ, ପାଣିପାଗ ବିଭାଗର ଆକଳନ ଚିନ୍ତା ବଢ଼ାଇଛି । ଆହୁରି ୩ ଦିନ କଲବଲ କରିବ ଅସହ୍ୟ ଗରମ ଓ ଗୁଳୁଗୁଳି । ଆସନ୍ତା ୨୪ ଘଣ୍ଟାରେ ତାତି ନେଇ ୫ ଜିଲ୍ଲା ବୌଦ୍ଧ ବଲାଙ୍ଗୀର, ସମ୍ବଲପୁର , ସୋନପୁର ଓ ସୁନ୍ଦରଗଡକୁ ହିଟ୍‌ ୱେଭ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜା କରାଯାଇଛି । ସେହିପରି ନୂଆପଡା, ବରଗଡ଼, କଳାହାଣ୍ଡି, ଦେଓଗଡ ଓ ଅନୁଗୁଳ ଏହି ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗସିଂହପୁର, ପୁରୀ ଖୋର୍ଦ୍ଧା, ନୟାଗଡ, ଗଂଜାମ, କେନ୍ଦୁଝର, ଢେଙ୍କାନାଳ ଓ ଗଜପତି ଏହି ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ଉଷ୍ମ ରାତ୍ରି ପାଇଁ ସମ୍ବଲପୁର, ସୁନ୍ଦରଗଡ ଓ ବଲାଙ୍ଗିର ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗ୍ରୀଷ୍ମ ପ୍ରବାହକୁ ନେଇ ଗୁରୁବାର ବୌଦ୍ଧ, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁର ଏହି ୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, ଅନୁଗୁଳ ନୂଆପଡା ଓ ଦେଓଗଡକୁ ହିଟ୍‌ୱେଭ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।