ଓଡିଶାରେ ଆହୁରି ବଢ଼ିବ ତାତିର ପ୍ରକୋପ

ଭୁବନେଶ୍ୱର: କିଛି ଦିନର ଆଶ୍ଵସ୍ତି ପରେ ରାଜ୍ୟକୁ ପୁଣି ଫେରିଛି ତାତି। କାଳବୈଶାଖୀ ପ୍ରଭାବରେ ଉପକୂଳ , ଉତ୍ତର ଏବଂ ଦକ୍ଷିଣ ଓଡିଶାରେ ପାରଦ କିଛି ମାତ୍ରାରେ କମିଥିଲା। ପଶ୍ଚିମ ଓଡ଼ିଶାର କେତେକ ସହରରେ ତାପମାତ୍ରା କମିଥିଲେ ବି,  ଅନେକ ଅଞ୍ଚଳରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି।

Odisha set to experience heatwave for next four days

ପାଣିପାଗ ପୂର୍ବାନୁମାନ କହୁଛି, ଏବେ ଆହୁରି ବଢ଼ିବ ତାତିର ପ୍ରକୋପ । କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ୍‌ ଡେଇଁପାରେ । ଗୁଳୁଗୁଳି  ଜାରି ରହିବ । ବଡ଼ କଥା ହେଲା, ଆଶ୍ୱସ୍ତି ଦେଲା ଭଳି  କାଳବୈଶାଖୀ ସମ୍ଭାବନା ଏବେ ଦେଖାଯାଉନି । ଆସନ୍ତା  ୨୫ ତାରିଖ ଭିତରେ ତାପମାତ୍ରା ଖସିବା ସମ୍ଭାବନା କମ୍‌ । ତାତିଠାରୁ ମାରାତ୍ମକ ହୋଇଥିଲା ଗୁଳୁଗୁଳିର ପ୍ରକୋପ । ଆଜି ସାଢେ ୧୧ଟା ଝାରସୁଗୁଡାରେ ୪୧ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ହୀରାକୁଦରେ ୩୮.୪, ସମ୍ବଲପୁରରେ ୩୮.୨, ରାଉରକେଲାରେ ୩୮ ଡିଗ୍ରୀ ତାପମାତ୍ରା ରହିଛି।