ଭୁବନେଶ୍ୱର: ଚଳିତ ଅକ୍ଷୟ ତୃତୀୟା ଅବସରର ଓଡିଶ।।ର ସର୍ବବୃହତ ତଥା ବହୁ ଭରସାଯୋଗ୍ୟ ରୁପା ଗହଣା ବ୍ରାଣ୍ଡ ଚାନ୍ଦି ଭଣ୍ଡାର ଭୁବନେଶ୍ୱର ରଘୁନାଥପୁର ଠାରେ ଏହାର ୨୧ ତମ ଷ୍ଟୋର ଖୋଲିଛି । ୧୧ବର୍ଷର ସଫଳ ଯାତ୍ରାରେ ଏହା ଏକ ବଡ ମାଇଲଖୁଣ୍ଟ । ରୁପା କାରିଗରୀକୁ ପୁନଃପରିଭାଷିତ କରିଥିବା ତଥା ଶୁଦ୍ଧତା , ଅନନ୍ୟ କାରିଗରୀ ଏବଂ ଡିଜାଇନରେ ନୂତନ ମାନଦଣ୍ଡ ସ୍ଥାପନ ପାଇଁ ପରିଚିତ ଚାନ୍ଦି ଭାଣ୍ଡାର ରୁପା ଗହଣା ଶିଳ୍ପରେ ନିର୍ବିବାଦ ଲିଡର ଭାବେ ରଜତ୍ୱ ଜାରି ରହିଛି ଏବଂ ପିଢି ପରେ ପିଢି ହୃଦୟ ଜିତିଚାଲିଛି ।

ନୂଆ ଷ୍ଟୋରଟି ୧୨୦୦ ବର୍ଗଫୁଟ ସ୍ଥାନରେ ପରିବ୍ୟାପ୍ତ । ଏକ ଅତ୍ୟନ୍ତ ଆକର୍ଷଣୀୟ ମାହୋଲ ସହ ମନମୁଗ୍ଧକାରୀ ଡିସପ୍ଲେରେ ଏହା ସଜ୍ଜିତ । କାଳଜୟୀ ପରମ୍ପରା ସହିତ ଆଧୁନିକ ଲକଜ୍ୟୁରୀକୁ ପ୍ରତିଫଳିତ କରୁଥିବା ଏ ଷ୍ଟୋର ୯୨.୫% ଶୁଦ୍ଧ ଷ୍ଟର୍ଲିଙ୍ଗ ରୁପାରେ ଗହଣା କାରିଗରୀ ର ସର୍ବୋତ୍ତମ ପ୍ରଦର୍ଶନକୁ ସୂଚାଉଛି । ଗୋଟିଏ ଛାତ ତଳେ ଭଳିକି ଭଳି ରୁପା ଗହଣା ଏବଂ ଏବଂ ଅସୋସରିଜ ଉପଲବ୍ଧ ।

ନୂଆ ସୋ ରୁମକୁ ଉଦଘାଟନ କରିଛନ୍ତି ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ଏବଂ ଏସଏଲବିସି ଓଡିଶା ଆବାହକ ଗୌତମ ପାତ୍ର ।
ହଲମାର୍କ ରୁପା ବାସନକୁସନଠାରୁ ଆରମ୍ଭ କରି ପୁରୁଷ , ମହିଳା ଏବଂ ପିଲାମାନଙ୍କ ପାଇଁ ବ୍ୟାପକ ରେଞ୍ଜ ରୁପା ଉତ୍ପାଦ ନୂଆ ଷ୍ଟୋରରେ ରହିଛି । ମହିଳାମାନଙ୍କ ପାଇଁ ଜିରକନଖଚିତ ନେକଲେସ ଚୁଡି , ମୁଦି , କାନଫୁଲ , ବ୍ରେସଲେଟ ଏବଂ ଆଙ୍କଲେଟର ଭଳିକି ଭଳି ସମ୍ଭାର ଏଠାରେ ରହିଛି । ଯାହାକି ଫେଷ୍ଟିଭ ସେଲିବ୍ରେସଶନ ଏବଂ ନିତିଦିନିଆ ବ୍ୟବହାର ପାଇଁ ସର୍ବୋତ୍କୃଷ୍ଟ ।

ସ୍ୱତନ୍ତ୍ର ଅକ୍ଷୟ ତୃତୀୟା ଅଫର ଭାବେ ଚାନ୍ଦି ଭଣ୍ଡାର ଗଢା ମଜୁରି ଉପରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରଛି । ଏହା ଏପ୍ରିଏ ୧୮ ରୁ ୩୦ ପର୍ଯ୍ୟନ୍ତ ଉପଲବ୍ଧ ।
ସୂଚନା ଅନୁଯାୟୀ ,ଚାନ୍ଦି ଭଣ୍ଡାର ରାଜ୍ୟର ସର୍ବବୃହତ ରୁପା ଗହଣା ଷ୍ଟୋର । ୨୦୨୩ ରେ ଏକ ସ୍ୱତନ୍ତ୍ର ସିଲଭୀ ଷ୍ଟୋର ଭାବେ ଏହା ଓଡିଶାରେ ସ୍ଥାପିିତ ହୋଇଥିଲା । ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ସମଗ୍ର ରାଜ୍ୟରେ ୨୧ରେ ପହଞ୍ôଚଛି ।