ଆଗାମୀ ୭ ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର : ତାତିରେ ଲାଗିଛି ବ୍ରେକ। ବଢୁଥିବା ତାପମାତ୍ରାରୁ ମିଳୁଛି ଆଶ୍ୱସ୍ତି। ତେବେ ରାଜ୍ୟରେ କିଛି ଦିନ ହେବ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ଏପରିକି ଆଗାମୀ ୭ ଦିନ ଯାଏଁ ବର୍ଷା ହେବ । ଅଳ୍ପରୁ ମଧ୍ୟମ ଧରଧର ବର୍ଷା ହେବ । ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେଉଛି । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି, ଘଡ଼ଘଡ଼ି ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଆଜି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିଭଳି ଆସନ୍ତାକାଲି ୧ ୭ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।  ଜାରି ହୋଇଛି ୱେଲୋ ୱାର୍ଣ୍ଣିଂ ।  ରାଜ୍ୟରେ ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ଜାରି ରହିବ । କାଳବୈଶାଖୀ ପ୍ରଭାବରେ ଫସଲ କ୍ଷତିଗ୍ରସ୍ତ ହେବାକୁ ଥିବାରୁ ଚାଷୀଙ୍କୁ କୃଷି ପରାମର୍ଶ ଦିଆଯାଇଛି ।