ତାତିରୁ ମିଳିବ ଆଶ୍ୱସ୍ତି , ୯ରୁ ରାଜ୍ୟରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାନ କ୍ଷେତ୍ର ସୃଷ୍ଟ ହୋଇଛି ।ଏହାର ପ୍ରଭାବରେ ୮ ତାରିଖ ଯାଏ ଉତ୍ତରପଶ୍ଚିମ ଦିଗରେ ଏହା ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିିଳିଛି । ପରବର୍ତ୍ତୀ ୪୮ ଘଣ୍ଟା ସାମାନ୍ୟ ଉତ୍ତର ଆଡକୁ ଗତି କରିବ । ଏହି ପ୍ରଭାବରେ ୯ ତାରିଖରୁ ଆରମ୍ଭ ହେବ ବର୍ଷା । ତେବେ ଲଘୁଚାପ ଜନିତ ବର୍ଷା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ , ରାୟଗଡା , ଗଜପତି ଆଦି ଜିଲ୍ଲାରେ ଘଡଘଡି ସହ ହାଲୁକା ବର୍ଷା ହୋଇପାରେ । ୮ ତାରିଖ ବେଳକୁ ରାଜ୍ୟରେ ଘଡଘଡି ସହ ବର୍ଷା ପରିମାଣ ବଢିପାରେ । ତେଣୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି ।