୨ରୁ ୪ ଡିଗ୍ରୀ କମିବ ପାରଦ ବଢିବ ଶୀତ

ଭୁବନେଶ୍ୱର : ପୁଣି ରାଜ୍ୟରେ ବଢିବ ଶୀତ । ୨ରୁ ୪ ଡିଗ୍ରୀ କମିବ ପାରଦ । ବିଶେଷକରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗର ପ୍ରଭାବ ନଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଗଜପତି , କନ୍ଧମାଳ, କଳାହାଣ୍ଡି, ରାୟଗଡା , କୋରାପୁଟ , ମାଲକାନଗିରି ଏବଂ ୬ ତାରିଖରେ ଗଜପତି, ରାୟଗଡା, ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି । ୭ ରୁ ୯ ତାରିଖରେ ରାଜ୍ୟରେ ପାଗ ଶୁଖିଲା ରହିବା ସହ ତାପମାତ୍ରା କମିବ । ଏବଂ ଅଧିକରୁ ଅଧିକ ଶୀତ ଅନୁଭୂତ ହେବ ।