ବାତ୍ୟା ୟାସ ଭଳି ହେବ ବାତ୍ୟା ଦାନା’ ;ବାତ୍ୟା ସ୍ଥିତି ନେଇ ଆଇଏମଡି ଡିଜିଙ୍କ ସୂଚନା

ଭୁବନେଶ୍ୱର;ବାତ୍ୟା ୟାସ ଭଳି ହେବ ବାତ୍ୟା ଦାନା’ । ବାତ୍ୟା ସ୍ଥିତି ନେଇ ଆଇଏମଡି ଡିଜିଙ୍କ ସୂଚନା । ଦାନା ଭୀଷଣ ଭାବେ ସ୍ଥଳଭାଗ ମୁହାଁ ହେଉଛି । ଫନି ଠାରୁ କମ୍ ବେଗରେ ପବନ ବହିବ । ଫନିରେ ଘଣ୍ଟା ପ୍ରତି ୨୦୦ରୁ ୨୦୨୦ କମି ବେଗରେ ପବନ ବହିଥିଲା । ଏହା କିନ୍ତୁ ୟାସ୍ ଭଳି ହେବ ବାତ୍ୟା । ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କମି ରହିବ । କେନ୍ଦ୍ରାପଡା,ବାଲେଶ୍ୱର ,ଭଦ୍ରକ ପ୍ରଭାବିତ ହେବ । ଜଗତସିଂହପୁର ଆଂଶିକ ଭାବେ ପ୍ରଭାବିତ ହେବ । ୨ ମିଟର ଉଚ୍ଚର ଲୁଣା ପାଣି ମାଡି ଆସିପାରେ । ୨୦ରୁ ୩୦ ସେମି ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ । ଅଷ୍ଟମୀ ନବମୀ ତିଥି ଥିବାରୁ ବଡ ଜୁଆରର ଆଂଶକା ନାହିଁ । ଅକ୍ଟୋବରରେ ହେଉଥିବା ବାତ୍ୟା ଓଡିଶାକୁ ଅଧିକ ପ୍ରଭାବି କରେ । ଦକ୍ଷିଣ ଚୀନ ସାଗରରୁ ଆସିଥିବା ବାତ୍ୟାର ଅବଶିଷ୍ଟାଂଶ । ସମୁଦ୍ରରେ ୨୬ ଡିଗ୍ରୀ ସେଲସିୟସରୁ ଅଧ୍ଚଳ ତାପମାତ୍ରା ରହିଲେ ବାତ୍ୟା । ୨୪ ଓ ୨୫ରେ ପ୍ରବଳ ବର୍ଷା ହେବ ।