ବ୍ୟୁରୋ : ସମ୍ବାବ୍ୟ ବାତ୍ୟାକୁ ନେଇ ସମସ୍ତ ଜିଲ୍ଲା ପ୍ରଶାସନ ସତର୍କ । ଯେଭଳି କୌଣସି ଦୁର୍ଘଟଣା ନ ଘଟେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଭଳି ସ୍ଥଳେ ବିଶେଷ କରି ଲକ୍ଷ୍ମୀ ପୂଜା ପାଇଁ ଜଣାଶୁଣା କେନ୍ଦ୍ରପଡା ଓ ଢେଙ୍କାନାଳ ପ୍ରଶାସନ ମନ୍ତ୍ରୀଙ୍କ ସହ ବୈଠକ ପରେ କଡା ନିର୍ଦ୍ଦେଶ ଦେଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସବୁ ପୂଜା ମଣ୍ଡପର ତୋରଣ ଓ ଅନ୍ୟାନ୍ୟ ଡେକୋରେସନ ଖୋଲିବା ପାଇଁ କଡା ନିର୍ଦ୍ଦେଶ । ଏବଂ କାଲି ସୁଦ୍ଧା ମା’ଙ୍କ ଭସାଣୀ ଶେଷ କରିବାକୁ ପୂଜା କମିଟି ଗୁଡିକୁ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।