ବେଆଇନ ମାଙ୍କଡା ପଥର ଖଣିରେ ପୋଲିସର ଚଢାଉ: ୩ ଅଟକ

ଚିଲିକା/ ରାକେଶ କୁମାର ଜଗଦେବ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଘୋଡା ଦଉଡ ପେଣ୍ଠ ନିକଟରେ ଚାଲିଥିଲା ବେଆଇନ ମାଙ୍କଡା ପଥର ଖଣି l  ଖଣି ଚଳାଉ ଥିଲେ ସ୍ଥାନୀୟ ମାଫିଆ l  ଲୋକ ମାନଙ୍କର ଅଭିଯୋଗ କୁ ବେଖାତିର କରି ଚଳାଇଥିଲେ ଖଣି l  ଆୟ କରୁଥିଲେ ମୋଟା ଅଙ୍କର ଅର୍ଥ l

ଖବର ପାଇ ମାଫିଆ ମାନଙ୍କୁ ସବାଡ଼ କରିବା ପାଇଁ ଚଢ଼ାଉ କରିଥିଲା ଟାଙ୍ଗୀ ପୋଲିସ l ଟାଙ୍ଗୀ ଥାନା ଆଇ ଆଇ ସି ସୁଶାନ୍ତ କୁମାର ବେହେରା ସଦଳ ବଳେ ରାତି ଅଧିଆ କରିଥିଲେ ଚଢ଼ାଉ l ପୋଲିସ ଚଢ଼ାଉ ଦେଖି କେତେକ ମାଫିଆ ଛତ୍ରଭଙ୍ଗ ଦେଉଥିବା ବେଳେ ଗୋଡ଼ାଇ ଗୋଡ଼ାଇ 3 ଜଣଙ୍କୁ ଧରିଥିଲା ପୋଲିସ l ତେବେ କେତେକ ମାଫିଆ ଅନ୍ଧାରର ସୁଯୋଗ ନେଇ ଖସି ପଳାଇ ବାରେ ହୋଇଥିଲେ ସମର୍ଥ l ଘଟଣା ସ୍ଥଳରୁ  ଗୋଟିଏ JCB. 4 ଟି ଟ୍ରାକ୍ଟର, ଦୁଇଟି ଟ୍ରକ, ଗୋଟିଏ ବାଇକ ଜବତ କରିଛି ଟାଙ୍ଗୀ ପୋଲିସ l ଚୋରା କାରବାର ଅଭିଯୋଗରେ 3 ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ l ତେବେ ଘଟଣା ସ୍ଥଳରୁ ଫେରାର ମାଫିଆଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ପୋଲିସ l