ଚିଲିକା/ ରାକେଶ କୁମାର ଜଗଦେବ : ଚିଲିକାର ଅଥଳ ନୀଳ ଜଳ ରାଶିରେ ଜାତୀୟ ସମର ଶିକ୍ଷ୍ୟାର୍ଥି ବାହିନୀ NCC ଓଡ଼ିଶା ପକ୍ଷରୁ ଓଡ଼ିଶା ନାଭାଲ ୟୁନିଟ ନେତୃତ୍ୱ ରେ ଭାରତୀୟ ନୌସେନା ପୋତ ଚିଲିକା ନୌକାୟନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଏହା ଚଳିତ ମାସ ୧୫ ତାରିଖ ରୁ ଆରମ୍ଭ ହୋଇ ୨୪ ତାରିଖ ୧୦ ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଛି l ଚିଲିକା ନୌକାୟନ ଅଭିଯାନ ଉଦଘାଟନ କରିଥିଲେ କମାଣ୍ଡିଂ ଅଫିସର୍ , ଆଇ ଏନ୍ ଏସ୍ ଚିଲିକା କୋମୋଡୋର୍ ବି ଦୀପକ ଅନିଲ l ଏ ଥିରେ ୨୫ ଜଣ ଛାତ୍ରୀ ଓ ୩୫ ଜଣ ଛାତ୍ର ସର୍ବମୋଟ ୬୦ ଜଣ କ୍ୟାଡେଟ ନୌକାୟନ ରେ ସାମିଲ ହୋଇ ୨୧୦ କିମି ଅତିକ୍ରମ କରିବାର କାର୍ଯ୍ୟ ସୂଚୀ ରହିଛି l
ଏହା ସହ କ୍ୟାଡେଟ ମାନେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ରେ ଭାଗ ନେଇଛନ୍ତି l କ୍ୟାଡେଟ ମାନଙ୍କ ମଧ୍ୟରେ ଶୃଙ୍ଖଳା ଆତ୍ମବିଶ୍ବାସ ଏଵଂ ଅନୁଶାସନ ଭାବନା ସୃଷ୍ଟି କରିବା ଏହି ଅଭିଯାନ ର ମୁଖ୍ୟ ଉଦ୍ଦେଶ୍ୟ l ଚିଲିକା ନୀଳ ଜଳ ରାଶିରେ ନୌକା ଅଭିଯାନ କରି ସମାଜ ପାଇଁ ବିଭିନ୍ନ ପ୍ରକାର ବାର୍ତା ଦେବା ସହିତ ପ୍ରଶିକ୍ଷଣ ନେଇଥିଲେ l ଚିଲିକା ଭିତରେ ଥିବା ମା ‘ କାଳିଜାଇ ପୀଠ, ବାଲୁଗାଁ, ରମ୍ଭା,ଗୁପ୍ତେଶ୍ୱର ଏହି ସମସ୍ତ ସ୍ଥାନ କୁ ଯିବାର ର କାର୍ଯ୍ୟକ୍ରମ ରହିଛି l ଉକ୍ତ କାର୍ଯ୍ୟକ୍ରମରେ କ୍ୟାମ୍ପ୍ କମାଣ୍ଡାଣ୍ଟ କମାଣ୍ଡର ସୁଶାନ୍ତ କୁମାର ମହାନ୍ତି ଏବଂ ସୁରକ୍ଷା ଅଧିକାରୀ କମାଣ୍ଡର ସୁଦୀପ କୁମାର ସାହୁ ଉପସ୍ଥିତ ଥିଲେ l