ଭୁବନେଶ୍ୱର:ମହାମାୟାଙ୍କ ମହାଷ୍ଟମୀ ଅବସରରେ ପୂଜାମଣ୍ଡପ ବୁଲିଲେ ନବୀନ ପଟ୍ଟନାୟକ ।ଭୁବନେଶ୍ୱରର ବିଭିନ୍ନ ପୂଜା ପେଣ୍ଡାଲ ବୁଲିବା ସହ ମା’ଙ୍କ ମହାଷ୍ଟମୀ ପୂଜାରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମା’ଙ୍କର ଆଶିଷ ଭିକ୍ଷା କରିଛନ୍ତି ନବୀନ ପଟ୍ଟନାୟକ ।
ସର୍ବପ୍ରଥମେ ରସୁଲଗଡ଼ ପୂଜା ମଣ୍ଡପରେ ପହଞ୍ଚି ମହାମାୟାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ନବୀନ । ରସୁଲଗଡ଼ ଦୁର୍ଗା ପୂଜା କମିଟି ତରଫରୁ ନବୀନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଜଗତକଲ୍ୟାଣ ପାଇଁ ମା’ଙ୍କ ଆଶିଷ ଭିକ୍ଷା କରିଛନ୍ତି ନବୀନ । ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ନବୀନଙ୍କୁ ଅତି ନିକଟରୁ ପାଇ ସାଧାରଣ ଜନତା ଖୁବ୍ ଉତ୍ସାହିତ ହୋଇଛନ୍ତି। ରାଜ୍ୟବାସୀଙ୍କ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ନବୀନ ପଟ୍ଟନାୟକ । ରସୁଲଗଡ଼ ପରେ ସହିଦନଗର ପୂଜା ମଣ୍ଡପ ବୁଲି ଦେଖିଛନ୍ତି ନବୀନ । ମାଆଙ୍କ ଦର୍ଶନ ସହ ଲୋକଙ୍କ ସହ କଥା ହୋଇଥିଲେ ନବୀନ । କଡା ସୁରକ୍ଷା ବଳୟରେ ଯାଇ ଦର୍ଶନ କରିବା ସହ ଖୁସି ବ୍ୟକ୍ତ କରିଥିଲେ ନବୀନ ।