ପାଟଣାଗଡ/ ଜଗନ୍ନାଥ ଧାରୁଆ : ଅଡୁଆରେ କାଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍। କଣ୍ଟାବାଞ୍ଜି ନିର୍ବାଚନ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ ହାଇକୋର୍ଟରେ ଆଉ ନିଜ ପକ୍ଷ ରଖି ପାରିବେନି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ। କାରଣ ନିର୍ବାଚନ ଅନିମୟିତତା ମାମଲାରେ ଓଡିଶା ହାଇକୋର୍ଟରେ ସେ ଯେଉଁ ପକ୍ଷ ରଖିବା କଥା ସେହି ସୁଯୋଗ ହରାଇ ବସିଛନ୍ତି। ଏହି ମାମଲାରେ କୋର୍ଟ ତାଙ୍କୁ ତିନିଥର ନୋଟିସ ଜାରୀ କରିଛି। ହେଲେ ସେ ଏହି ନୋଟିସକୁ ଗ୍ରହଣ କଲେ ନାହିଁ କି ତାଙ୍କର ପକ୍ଷ ରଖିଲେ ନାହିଁ। ଫଳରେ ଗତକାଲି କୋର୍ଟ ତାଙ୍କର ପକ୍ଷ ରଖିବା ସୁଯୋଗ ଦିଆଯିବ ନାହିଁ ବୋଲି କୋର୍ଟ ଜଣାଦେଇଛନ୍ତି।
ଲକ୍ଷ୍ମଣ ବାଗ୍ ଗତ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖ କରିଛନ୍ତି ବୋଲି କଣ୍ଟାବାଞ୍ଜିର ଜଣେ ଭୋଟର ଗିରିରାଜ ସିଂ ମାଝୀ କୋର୍ଟରେ ମାମଲା ଦାୟର କରିଥିଲେ। ଏହି ମାମଲାକୁ କୋର୍ଟ ଗ୍ରହଣ କରି ବିଧାୟକ ପକ୍ଷ ରଖିବା ପାଇଁ ନୋଟିସ ଜାରୀ କରିଥିଲେ। ତିନି ଥର ନୋଟିସ ଜାରୀ କରାଯାଇଥିଲେ ମଧ୍ୟ ଲକ୍ଷ୍ଣଣ ବାଗ କୋର୍ଟରେ ପକ୍ଷ ରଖି ନ ଥିଲେ। ଫଳରେ କୋର୍ଟା ବାଧ୍ୟ ହୋଇ ତାଙ୍କର ପକ୍ଷ ରଖିବା ସୁଯୋଗକୁ କାଟି ଦେଇଛନ୍ତି।