ଅନୁଗୋଳ/ ସୁଧାକର ସାହୁ: ବେଆଇନ ବାଣ କାରଖାନାରେ ଚଢ଼ାଉ, ବିପୁଳ ବାଣ ସହ ବାରୂଦ ଜବତ । ଅନୁଗୁଳ SP ଶ୍ରୀ ରାହୁଲ ଜୈନ ଙ୍କ ନିର୍ଦେଶ କ୍ରମେ ଅନୁଗୁଳ ପୋଲିସ ର ସ୍ୱତନ୍ତ୍ର ସ୍ପେଶାଲ ସ୍କ୍ୱାର୍ଡ ଟିମ୍ ଆଜି ଜରପଡା ଥାନା ଅନ୍ତର୍ଗତ ଜରଡ଼ା ଅଞ୍ଚଳରେ ବେଆଇନ ବାଣ କାରଖାନା ଉପରେ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ବିପୁଳ ପରିମାଣ ର ବାଣ ଜବତ ହୋଇଥିବା ବେଳେ ଉକ୍ତ ବେଆଇନ ବାଣ କାରଖାନା ରୁ ୩୬ କେଜିରୁ ଉର୍ଦ୍ଧ ବାରୂଦ ଜବତ କରିଛି ପୋଲିସ। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ନେଇ ଅନୁଗୁଳ ଥାନା ଅଧିକାରୀ ଶ୍ରୀ ଧୀରେସ କୁମାର ଦାସ ସୂଚନା ଦେଇଛନ୍ତି। ସେହିଭଳି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆ ଅଞ୍ଚଳରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ବିପୁଳ ପରିମାଣ ର ବାଣ ଜବତ ହୋଇଥିବା ବେଳେ ଏଥି ମଧ୍ୟରୁ ସୀସା ପାଖାପାଖି ୨୫ କେଜି, ସୁତୁଲି ୪୦ କେଜି, ଟିଣ ଠିପି ଦୁଇ ହଜାର ପିସ୍ , ଲୁହା ଗୁଣ୍ଡ ୩ କେଜି, ନଡ଼ିଆ ବାଣ ଦୁଇଶହ ପିସ୍, ପେପର ପାଇପ ୬୫୦ ପିସ୍, ବଡ ପେପର ବମ୍ ୧୨୦ ପିସ୍, ଛୋଟ ପେପର ବମ୍ ୯୦ ଟା, କୋଇଲା ପାଉଡର ୨୫ କେଜି, ମିକ୍ସ ପେପର ଦୁଇ କେଜି, ସିଲଭର ପାଉଡର ୧୨ କେଜି ଜବତ କରିଛି ପୋଲିସ। ଏହି ମାମଲାରେ କରଡ଼ାଗାଡିଆ ଗ୍ରାମର ଅଜୟ ପୃଷ୍ଟି ବାପା ଶିବ ପ୍ରସାଦ ପୃଷ୍ଟିଙ୍କୁ ପୋଲିସ ଅଟକ ରଖାଯାଇଛି ।ତେବେ ପାର୍ବଣ କୁ ଦୃଷ୍ଟିରେ ରଖି ଅନୁଗୁଳ ପୋଲିସ ଆକ୍ସନ ମୁଡ୍ ରେ ଥିବା ବେଳେ, ନୂତନ କରି ଜିଲ୍ଲାରେ SP ଭାବେ ଯୋଗଦେଇଥିବା ଶ୍ରୀ ରାହୁଲ ଜୈନ ଏଥିନେଇ ତତ୍ପର ରହି ଏହି ପାର୍ବଣରେ କ୍ରାଇମ କୁ ଦମନ କରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା ଦେଖାଯାଇଛି।