କମିସନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ଭୁବନେଶ୍ୱର: କମିସନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ | ଭୁବନେଶ୍ୱର ଡିସିପି ପିନାକ ମିଶ୍ର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବିଭିନ୍ନ ଅଞ୍ଚଳ ବୁଲି ଫ୍ଲାଗ ମାର୍ଚ୍ଚ କରିଛନ୍ତି | ରାଜଧାନୀ ବାସି କେମିତି ସୁରକ୍ଷିତ ର ସହ ପୂଜା ପାଳନ କରିବେ ତାକୁ ଗୁରୁତ୍ୱ ଦିଆଯାଇଛି | ଭୁବନେଶ୍ୱରରେ ସୁରକ୍ଷା କୁ କଡା କଡୀ କରାଯାଇଛି | ବିଶେଷ କରି ଟ୍ରାଫିକ ସମସ୍ୟା କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି | ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିବା ପାଇଁ ପୂଜା କମିଟି ମାନଙ୍କୁ କୁହାଯାଇଛି | ପୂଜା ଦେଖିବା ପାଇଁ ଘରୁ ବାହାରିବା ବେଳେ ଘରେ ଡବଲ ଲକ କରିବା ସହ ସୁନା ଅଳଙ୍କାର ସବୁକୁ ସୁରକ୍ଷିତ ରେ ରଖିବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର|