ରିପୋର୍ଟର୍ସ ଟୁଡେ; ଗୁଜବ ପ୍ରଚାରକୁ ସତ ମାନନ୍ତୁ ନାହିଁ । ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । ଅସୁସ୍ଥ ପ୍ରଚାର ସବୁ ଗୁଜବ । ଏଭଳି କହିଛନ୍ତି ରତନ ଟାଟା । ମୋର ସ୍ୱାସ୍ଥ୍ୟାବସ୍ଥାକୁ ନେଇ କିଛି ଗୁଜବ ପ୍ରଚାର ହେଉଛି। କିନ୍ତୁ ମୁଁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ଏହି ଦାବି ସଂପୂର୍ଣ୍ଣ ଭୁଲ।ରତନ ଟାଟା ଆହୁରି ଲେଖିଛନ୍ତି ଯେ, ବର୍ତ୍ତମାନରେ ରେଗୁଲାର ହେଲଥ୍ ଚେକଅପ୍ ପାଇଁ ଆସିଛି। ଯାହାକି ବୟସ ଓ ମେଡିକାଲ ସ୍ଥିତି ସହ ଜଡ଼ିତ। ଏହାକୁ ନେଇ କୌଣସି ପ୍ରକାରର ଚିନ୍ତା କରିବାର ନାହିଁ। ଏହା ମଧ୍ୟ କହିଛନ୍ତି କି, ମୁଁ ଆପଣ ସମସ୍ତଙ୍କୁ ଓ ମିଡ଼ିଆକୁ ଅନୁରୋଧ କରୁଛି , କୌଣସି ପ୍ରକାରର ଭୁଲ୍ ସୂଚନା ପ୍ରଚାର କରନ୍ତୁ ନାହିଁ। ସେ ଇନଷ୍ଟାଗ୍ରାମରେ ମଧ୍ୟ ଏହି ପୋଷ୍ଟ କରିଛନ୍ତି। ରତନ ଟାଟାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ୱାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ନିଆଯାଇଛି। କୁହାଯାଇ ଥିଲା ଯେ, ତାଙ୍କୁ ରବିବାର ବିଳମ୍ୱିତ ରାତିରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ହେଲେ ରତନ ଟାଟା ନିଜେ ବୟାନ ଜାରି କରି ସ୍ଥିତି ବିଷୟରେ ସ୍ପଷ୍ଟ କରିଛନ୍ତି।