ପିଏମ୍ କିସାନ ସମ୍ମାନ ନିଧିର ୧୮ତମ କିସ୍ତି ବିତରଣ ଉତ୍ସବର ସିଧା ପ୍ରସାରଣ ଦେଖିଲେ ବିଷମ କଟକ ଚାଷୀ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ମହାରାଷ୍ଟ୍ରର ବାସିମ୍ ଠାରେ ଆୟୋଜିତ ପିଏମ୍ କିସାନ  ସମ୍ମାନ ନିଧିର ୧୮ ତମ କିସ୍ତି ବିତରଣ ଉତ୍ସବର ସିଧା ପ୍ରସାରଣ ଦେଖିଲେ ରାୟଗଡ଼ା ଜିଲ୍ଲା ବିଷମ କଟକ ଚାଷୀ । ଏଥିରେ ଦେଶର ପ୍ରାୟ ୯.୪ କୋଟି ଉପକୃତ ହେବାର ଥିବାବେଳେ ଚାଷୀଙ୍କ ଲାଗି କେନ୍ଦ୍ର ସରକାର ଙ୍କ ପ୍ରାୟ ୨୦୦୦୦ କୋଟିର ଅନୁଦାନ ରାଶି ଘୋଷଣା କରାଯାଇଛି ।  ପ୍ରଗତି ସମବାୟ ସମିତି ଆନୁକୁଲ୍ୟରେ ଆଜି ସ୍ଥାନୀୟ ପ୍ରଗତି ବଜାର ଠାରେ ପିଏମ୍ କିସାନ  ସମ୍ମାନ ନିଧିର ୧୮ ତମ କିସ୍ତି ବିତରଣ ଉତ୍ସବ ର ସିଧା ପ୍ରସାରଣ ଦେଖିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ । ଏହି ଯୋଜନା ରେ ଚାଷୀ ସ୍ୱାଭଲମ୍ଭି ହେବା ସହ ନିଜର  ଜିବନ ଶୈଳୀ କୁ ଉନ୍ନତ କରାଇବା ରେ ସାହଯ୍ୟ ମିଳିବା ନେଇ ସୂଚନା ଦେଇଛନ୍ତି ପ୍ରଗତି ସମବାୟ ସମିତିର କାର୍ଯ୍ଯ ନିର୍ବାହୀ ଅଧିକାରୀ ତପନ କୁମାର ବିଶ୍ଵାଳ। ଏହି କାର୍ଯ୍ଯ କ୍ରମରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦୦  ଠାରୁ ଉର୍ଦ୍ଧ ଚାଷୀ ଯୋଗଦେଇଥିବା ଦେଖିବାକୁ ମିଳିଛି।