ଶ୍ରୀମନ୍ଦିର ପକ୍ଷରୁ ୟୁନିଅନ ବ୍ୟାଙ୍କକୁ ବର୍ଷକ ପାଇଁ ସ୍ଥାଇ ଜମା ପ୍ରଦାନ

ପୁରୀ / ସଞ୍ଜୟ ମହାପାତ୍ର:ଶ୍ରୀମନ୍ଦିରର କର୍ପସ ଫଣ୍ଡର ୧୭ କୋଟି ଟଙ୍କା ସ୍ଥାୟୀ ଜମା ରଖାଗଲା ୟୁନିଅନ ବ୍ୟାଙ୍କରେ । ୪କୋଟି ଟଙ୍କା କୁ ୭.୭୮ପ୍ରତିଶତ ଓ ୧୩କୋଟି ଟଙ୍କାକୁ ୭.୮୨ ପ୍ରତିଶତ ସୁଧ ହାରରେ ୧ ବର୍ଷ ପାଇଁ ରଖାଗଲା ।ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ଟି ଜାତୀୟ ବ୍ୟାଙ୍କକୁ ଟେଣ୍ଡର ପ୍ରକ୍ରିୟା ପାଇଁ ଡକା ଯାଇଥିଲା ।ସେଥିରେ ସର୍ବୋଚ୍ଚ ସୁଧ ହାର ଦେଉଥିବା ୟୁନିଅନ ବ୍ୟାଙ୍କଙ୍କୁ ଶ୍ରୀମନ୍ଦିର ପକ୍ଷରୁ ୧୭କୋଟି ଟଙ୍କା ସ୍ଥାୟୀ ଜମା ବର୍ଷକ ପାଇଁ ପ୍ରଦାନ କରାଗଲା ।