ଅବସରପ୍ରାପ୍ତ ଉପ ଜିଲ୍ଲାପାଳଙ୍କୁ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ବର : ଅବସରପ୍ରାପ୍ତ ଉପ ଜିଲ୍ଲାପାଳଙ୍କୁ ଜେଲ୍ ଦଣ୍ଡାଦେଶ । ଦୁଇ ବର୍ଷ ପାଇଁ ଜେଲ୍ ଦଣ୍ଡ ଶୁଣାଇଲେ ଭୁବନେଶ୍ବର ସ୍ପେଶାଲ ଜଜ୍‌ । ଅବସରପ୍ରାପ୍ତ ଉପଜିଲ୍ଲାପାଳ ହେଉଛନ୍ତି ପ୍ରଦୀପ କୁମାର ବାରିକ ।

 ସୂଚନା ଅନୁଯାୟୀ, ଝାରସୁଗୁଡାର ପୂର୍ବତନ ଉପଜିଲ୍ଲାପାଳ ଥିଲେ ପ୍ରଦୀପ । ୨୦୧୯ରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ୨ ବର୍ଷ ଜେଲ୍‌ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜରିମାନା ଶୁଣାଇଲେ କୋର୍ଟ ।