ହୀରାକୁଦ :ଖୋଲିବ ହୀରାକୁଦ ଡ୍ୟାମ ଗେଟ୍ । ଆସନ୍ତା ୨୮ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହେବ ନିଷ୍କାସନ । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ହେଉଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ହୀରକୁଦ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେଳ ରବିବାର ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ ବୋଲି କୁହାଯାଇଛି। ଏନେଇ ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ସୁଶିଲ ବେହେରା ସୂଚନା ଦେଇଛନ୍ତି। ମହାନଦୀ ତଳମୁଣ୍ଡରେ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କତା ଜାରି କରାଯାଇଛି । ମହାନଦୀ ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହେଉଛି । ଚଳିତ ବର୍ଷ ପ୍ରଥମଥର ପାଇଁ ୧ ଲକ୍ଷ ୭୦ ହଜାର ଘନଫୁଟରୁ ଅଧିକ ଜଳ ପ୍ରବେଶ କରୁଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୦୫ ଫୁଟରେ ପହଞ୍ଚିଛି ଥିବା କୁହାଯାଉଥିବା ବେଳେ ଗେଟ୍ ଖୋଲିବା ବେଳକୁ ଜଳସ୍ତର ୬୧୫ ଫୁଟ ଥିବ ବୋଲି କୁହାଯାଉଛି ।