ଭୁବନେଶ୍ୱର: ଭୁବନେଶ୍ୱର ସପ୍ତମ ବାଟାଲିୟନ କ୍ୟାମ୍ପସରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସପ୍ତମ ବାଟାଲିୟନର ସିପାହୀ ଦୁର୍ଯୋଧନ ମହାନ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ୨୦୦୨ ବ୍ୟାଚର ସିପାହୀ ଦୁର୍ୟ୍ୟୋଧନ ମହାନ୍ତି ମୃତଦେହ ଉଦ୍ଧାର କରାଯାଇଛି । ଗଛରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା ।
ସୂଚନା ଅନୁଯାୟୀ, ସିପାହୀଙ୍କ ଏଭଳି ମୃତ୍ୟୁ ନେଇ ଖୋଳତାଡ ଜାରି କରୁଛି ମୌତ୍ରୀ ବିହାର ଥାନା ପୋଲିସ। ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୈତ୍ରୀବିହାର ଥାନା ପୁଲିସ ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।