ରିୟାଙ୍କ ବିରୋଧରେ ଥିବା ମାମଲା କଟକ ସ୍ଥାନାନ୍ତର

କଟକ: ଅଭିନେତ୍ରୀ ରିୟା ଦେଙ୍କ ପାଇଁ ବଢିଲା ଅଡୁଆ । କେୟାର ଟେକରଙ୍କୁ ନିର୍ଯାତନା ଦେଉଥିବା ନେଇ ରିୟାଙ୍କ ବିରୋଧରେ ଥିବା ମାମଲା କଟକ ସ୍ଥାନାନ୍ତର ହୋଇଛି । କଟକ ବିଡାନାସୀ ଥାନାକୁ ମାମଲା ସ୍ଥାନାନ୍ତରିତ କଲା ଚନ୍ଦଅଶେଖରପୁର ପୋଲିସ । ଏନେଇ ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଡିସିପି ଅନୀଲ ମିଶ୍ର । ପୀଡିତାଙ୍କ ବାୟାନ ରେକର୍ଡ କରାଯିବା ପରେ ତଦନ୍ତ କରାଯିବ ଓ ତାଙ୍କ ବୟସ ଯାଞ୍ଚ କରାଯିବ ବୋଲି ଡିସିପି କହିଛନ୍ତି । ସୂଚନା ଅନୁସାରେ ,ଗତ ୮ ତାରିଖ ଦିନ ଜଣେ ଯୁବତୀ ଅଭିନେତ୍ରୀ ରିୟାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ରିୟା ଏବଂ ତାଙ୍କ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ଉକ୍ତ ଯୁବତୀ । ଯୁବତୀ ଜଣଙ୍କ କେୟାର ଟେକର ଭାବରେ ଦେଢ ବର୍ଷ ହେବ କାମ କରୁଥିଲେ । ରିୟାଙ୍କ ସ୍ୱାମୀ ବିୟର ବୋତଲରେ ତାଙ୍କ ବାଡେଇ ଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ ।