ବନ୍ଦ ଘରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର; ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏପରି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିରେ। ମୃତ ନାବାଳିକଙ୍କ ଘର ୟୁପିରେ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ଶ୍ରୀରାମ ନଗର ବସ୍ତିର ଜଣେ ମହିଳାଙ୍କ ଘରେ ରହୁଥିଲେ। ଆଜି ସକାଳେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ବନ୍ଦଘରୁ ଉଦ୍ଧାର କରାଯାଇଥିଲା। ତେବେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ମହିଳା ଅଭିଯୋଗ କରିଛନ୍ତି। ତେବେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଜଣାପଡ଼ିନାହିଁ। ମଞ୍ଚେଶ୍ୱର ଥାନା ପୁଲିସ ଘଟଣାର ଖୋଳତାଡ଼ କରୁଛି।