ରାୟଗଡା ଜିଲ୍ଲା ବିଷମକଟକ ସହରରେ ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ରବିବାର ମହାସମାରୋହରେ ପାଳିତ
ବିଷମକଟକ/ରବିନ୍ଦ୍ର କୁମାର ସାହୁ:ରାୟଗଡା ଜିଲ୍ଲା ବିଷମକଟକ ସହରରେ ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ରବିବାର ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ତିନି ଠାକୁରଙ୍କ ପୂଜା, ନୀତିକାନ୍ତି ସରିବା ପରେ ମନ୍ଦିର ପରିସରରୁ ଶ୍ରୀଜୀଉମାନଙ୍କୁ ଅଣାଯାଇଥିଲା। ବ୍ରାହ୍ମଣ ସେବାୟତ ମାନେ ସାଢେ ୧୧ଟା ସମୟରେ ପହଣ୍ଡି ପାଇଁ ଠାକୁରଙ୍କୁ ପ୍ରସ୍ତୁତ କରିଥିଲେ। ପ୍ରଶାସନ ତରଫରୁ ତିନି ଠାକୁରଙ୍କ ପାଇଁ ଟାହିଆ ଆସିବା ପରେ ଠାକୁରମାନଙ୍କୁ ଲାଗି କରାଯାଇ ପହଣ୍ଡି କରି ରଥ ଖଳାକୁ ଅଣାଯାଇଥିଲା,ରଥ ଚତୁଃପାର୍ଶ୍ବରେ ବ୍ରାହ୍ମଣ ସମାଜ ତରଫରୁ ଶ୍ରୀଜୀଉମାନଙ୍କୁ ପହଣ୍ଡି କରାଯାଇ ୪ ବେଢା ପରିକ୍ରମା କରାଯାଇଥିଲା ।ସଂକୀର୍ତ୍ତନ ଦଳ ନାମ ସଂକୀର୍ତ୍ତନ କରିଥିବାବେଳେ ଘଣ୍ଟଧ୍ବନି, ହୁଳହୁଳି, ହରିବୋଲରେ ଚାରିଆଡ ପ୍ରକମ୍ପିତ ହୋଇ ଉଠିଥିଲା। ଶ୍ରୀଜିଉ ମାନଙ୍କ ପହଣ୍ଡିର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା। ପହଣ୍ଡି ପରେ ଶ୍ରୀଜାଉମାନଙ୍କୁ ରଥାରୂଢ କରାଯାଇ ପୂଜାର୍ଚ୍ଚନା କରାଯିବା ପରେ ବ୍ରାହ୍ମଣ ସମାଜ ଓ ମନ୍ଦିର ପରିଚାଳନା କମିଟି ତତ୍ତ୍ବାବଧାନରେ ଶ୍ରୀଜୀଉମାନଙ୍କ ସମସ୍ତ ନୀତିକାନ୍ତି ସଂପନ୍ନ କରାଯାଇଥିଲା ଦିନ ୨ଟା ସମୟରେ ପୁରହିତ ଶିବରାମ ରଥ ଛେରା ପହଁରା କରିଥିଲେ ଓ ଅପରାହ୍ନ ୪.୩୦ ସମଯରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖୁବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟିଥିଲା ୩.୩୦ସମୟରେ ପ୍ରବଳ ବର୍ଷା ସତ୍ବେ ଶ୍ରଦ୍ଧାଳୁ ଙ୍କ ଭିଡ ଜମିବାରେ ଲାଗିଥିଲା। ବିଷମ କଟକ ପୋଲିସ ଦ୍ୱାରା ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ସନ୍ଧ୍ୟା ୭ ସମୟେରେ ଶ୍ରୀ ଜୀଉ ଆଡ଼ପ ମଣ୍ଡପ ବିଜେକରି ମିନ ଅବତାରରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଛନ୍ତି ।