ଆସନ୍ତା ୨୨ ତରିଖରୁ ସପ୍ତାଦଶ ବିଧାନସଭାର ପ୍ରଥମ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୨ ତରିଖରୁ ସପ୍ତାଦଶ ବିଧାନସଭାର ପ୍ରଥମ ଅଧିବେଶନ । ୨୪ରେ ଉପ ବାଚସ୍ପତି ପାଇଁ ନିର୍ବାଚନ ହେବ । ୨୫ ରେ ଗୃହରେ ବଜେଟ ଉପସ୍ଥାପନ ହେବ ।୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ନୂଆ ସରକାରଙ୍କର ଏହା ହେବ ପ୍ରଥମ ବଜେଟ । ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିବେ ।
ପୂର୍ବ ସରକାର ୪ ମାସିଆ କାମଚଳା ବଜେଟ ଆଣିଲେ । ଜୁଲାଇ ୩୧ରେ ଏହାର ଅବଧି ଶେଷ ହେଉଛି । ଯେହେତୁ ପୂର୍ଣ୍ଣାଙ୍ଗ ବଜେଟ ପାରିତ ହେବାକୁ ବିଳମ୍ବ ହେବ , ତେଣୁ ଜୁଲାଇ ୩୦ ରେ ଲେଖାନୁଦା ପ୍ରସ୍ତାବ ଆସିବା ସହ ଜୁଲାଇ ୩୧ରେ ବ୍ୟୟ ମଞ୍ଜୁରୀ ବିଲ ଗୃହିତ ହେବ । ତେବେ ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୨୨ ତାରିଖ ବିଧାନସଭା ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ମୋଟ ୨୭ ଟି କାର୍ଯ୍ୟ ଦିବସ ରହିଛି ।